ପୋଲସରା ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସ୍ଵାଭିମାନ ଦିବସ ପାଳନ।

ପୋଲସରା ,୨୮/୦୪(ପିପିଟି) : ଆଜି ସମଗ୍ର ଓଡ଼ିଶା ଜାତିର ସ୍ଵାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମଜୟନ୍ତୀ ଅବସରରେ ପୋଲସରା ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସ୍ଵାଭିମାନ ଦିବସ ପାଳିତ ହୋଇଯାଇଛି । ଏହି କ୍ରମରେ ବିଶେଷ କରି ପୋଲସରା ପୌର ପରିଷଦ ସ୍ଥିତ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ବିଦ୍ୟାଳୟ ପୋଲସରା, ପରିସରରେ ଥିବା କୁଳବୃଦ୍ଧ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଭକ୍ତିପୂତ ଭାବେ ପ୍ରଦୀପ ପ୍ରଜ୍ୱଳନ ସହିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଏହି ବ୍ଲକର କଳମ୍ୱ ପଞ୍ଚାୟତ ସ୍ଥିତ କଳମ୍ବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ରଙ୍କ ଉପସ୍ଥିତି ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏବଂ ବାଲିଛାଇ ପଞ୍ଚାୟତ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିଛାଇ ଠାରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରାଙ୍କ ଉପସ୍ଥିତି ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବିଦ୍ୟାଳୟ ହତା ମଧ୍ୟରେ ସ୍ଥିତ ମଧୁବାରିଷ୍ଟରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏଥିସହ ନିକଟରେ ଥିବା ଅନ୍ୟ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ମଧୁବାବୁଙ୍କ ଆଦର୍ଶ, ପ୍ରେରଣାଦାୟୀ କର୍ମ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment