ବୁଗୁଡା,୧୬/୦୧(ପିପିଟି); ବୁଗୁଡା ପଞ୍ଚାୟତ ସମିତି ସଭା ଗୃହ ଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ୩୮୬ (ତିନି ଶହ ଛୟାଅସି)ଜଣ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି।ବୁଗୁଡା ବ୍ଲକ ଅଧ୍ୟକ୍ଷ, ଉପଧ୍ୟକ୍ଷା, ବିଡିଓ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।