ପୋଲସରା ବିଧାୟକଙ୍କ ଦ୍ବରା ମୃତକ ପରିବାରକୁ ଆର୍ଥିକ ସହାୟତା।

ବୁଗୁଡା,୦୧/୦୬(ପିପିଟି); ବୁଗୁଡା ଏନ୍ଏସି ୱାର୍ଡ ନଂ-୧୧ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟ ସତ୍ୟ ପ୍ରଧାନ ଓ ଗୋପୀନାଥ ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଏବଂ ବୁଗୁଡା ବିଜୁ ଜନତା ଦଳ ତରଫରୁ ଦଶ ହଜାର ଓ ରେଡ଼ କ୍ରସ ତରଫରୁ ଦଶ ହଜାର ମୋଟ ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ତହସିଲଦାର ଙ୍କ ଉପସ୍ଥିତିରେ ପ୍ରଦାନ କରିବା ସହ ୧୧ ନଂ ୱାର୍ଡ ରେ ବିଧାୟକ ମାସ୍କ ବଣ୍ଟନ କରିଛନ୍ତି।

Comments (0)
Add Comment