ପୋଲସରା ବିଡ଼ିଓଙ୍କ ଡ୍ରାଇଭର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ।

ପୋଲସରା, ୦୪/୦୫(ପିପିଟି);ଆଜି ରାତ୍ର ୯ ଘଣ୍ଟ ସମୟରେ ପୋଲସରା ବିଡ଼ିଓ ଙ୍କ ଗାଡ଼ି ଚାଳକ ଗଞ୍ଜାମ ଜିଲ୍ଲା ଆସ୍କା ନିକଟସ୍ଥ ବାବନପୁର କୋଭିଡ୍ ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ଫୋନ ଯୋଗେ ବର୍ତ୍ତମାନ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ କହିବା ପ୍ରକାରେ ପୋଲସରା କାର୍ଯ୍ୟାଳୟରେ ସେ ଯୋଗଦାନ ଦେବା ପୂର୍ବରୁ ଡ଼୍ରାଇଭରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବା ଯୋଗୁଁ ବାବନପୁର୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମେଡିକାଲ ତରଫରୁ କରୋନା ସଂକ୍ରମିତ ରିପୋର୍ଟ ବିଡ଼ିଓ ଙ୍କୁ ମିଳିନାହିଁ । କିନ୍ତୁ ଡ଼୍ରାଇଭରଙ୍କ ଶରୀରରେ ଅମ୍ଳଜାନ ପରିମାଣ କମ ଥିବାର ବିଡ଼ିଓଙ୍କୁ ମେଡିକାଲ ତରଫରୁ ଜଣାଇ ଦିଆଯାଇଥିଲା । ବିଡ଼ିଓଙ୍କ କହିବା ପ୍ରକାରେ ସେ ଦାୟିତ୍ଵ ନେବା ଦିନ ଠାରୁ ଉକ୍ତ ଡ୍ରାଇଭରକୁ ମୋଟେ ଦେଖିନାହାନ୍ତି । ମାତ୍ର ବିଡ଼ିଓ ଡ୍ରାଇଭର ଜଣକ ମୃତ୍ୟୁ ହୋଇଯାଇଥିବା ରିପୋର୍ଟ ପାଇଛନ୍ତି ବୋଲି କହିବା ସହ ସେ ଆଉ ଅଧିକା କିଛି ଖବର ପାଇନାହାଁନ୍ତି ବୋଲି କହିଛନ୍ତି ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment