ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ, ଜାତୀୟ ସେବା ଯୋଜନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ପୋଲସରା,୨୯୵୦୯(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ସେପ୍ଟେମ୍ବର ୨୮ ତାରିଖ ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ବନମାଳୀ ବେହେରାଙ୍କ ତତ୍ତ୍ଵବଧାନରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ ଏସ ଏସ, ଏବଂ ଏନ ସି ସି ) ଜାତୀୟ ସମର ଶିକ୍ଷାର୍ଥୀ, ଯୁବ ରେଡ଼କ୍ରସ (ୟ. ର ଏସ ) ଓ ଆମ ଓଡିଶା ପକ୍ଷରୁ ମିଳିତ ଭାବେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ 43. ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି, ଶ୍ରୀ ଦୁର୍ଗାପ୍ରସଦ ମିଶ୍ର, ପ୍ରଦୀପପ୍ରଜ୍ବଳନ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ବେହେରା ପ୍ରଥମେ ରକ୍ତଦାନ କରି ମାନବ ସମାଜର ଆଗଧାଡିର ଜଣେ ସେବକ ଭାବେ ନିଜକୁ ଖୁସି ଅନୁଭବ କରିଥିଲେ ।
ପ୍ରାଧ୍ୟପକ, ପ୍ରମୋଦ କୁମାର ରଥ, ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ର, ଛାତ୍ରୀ ମାନଂକୁ ଉତ୍ସାହିତ କରିଥିଲେ ମହାବିଦ୍ୟାଳୟ, ଅଧ୍ୟାପକ, ବିରଞ୍ଚିନାରାୟଣ ରଥ, ବିଶ୍ୱନାଥ ଚୌଧୁରୀ, ଅନିଲ କୁମାର ଦାସ, କିଶୋର ଚନ୍ଦ୍ର ଜେନା,ବିଭୁତିଭୂଷଣ ସାହୁ, ଏବଂ ଦୀପକ ରଞ୍ଜନ ଜେନା, ଗୋପୀନାଥ ପାଣିଗ୍ରାହୀ, ଟୁଟୁ ଡାକୁଆ, ଦୀପକ କୁମାର ସ୍ୱାଇଁ, ପାର୍ବତୀ ପାତ୍ର, ଓ ପ୍ରୀତମୟୀ ବେହେରା, ସମେତ ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦ ରକ୍ତଦାନ କରିଥିଲେ ।ଭଞ୍ଜନଗର ଉପଖଣ୍ଡ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଗୋବିନ୍ଦ ଚନ୍ଦ୍ର ମହାପତ୍ର ଓ କର୍ମଚାରୀ ବୃନ୍ଦ ରକ୍ତଦାତାଙ୍କ ଠାରୁ, 43 ୟୁନିଟ ରକ୍ତ ସଂଗ୍ରହ କରିଥିଲେ । N.S.S. ( ପୁ,ଉପଦେଷ୍ଟା, ପ୍ରକାଶ ଚନ୍ଦ୍ର ସାହୁ, ଓN. S. S. (Am. ଉପଦେଷ୍ଟା ବସନ୍ତ କୁମାର ପାଣି, N. S. S(P. O. M. )ଉପଦେଷ୍ଟା ଶେଖ ଫରିଦ, (N. C. C Chief ) ଶ୍ରୀମତୀ, ବିନତା କୁମାରୀ ଦାସ, ଓ ଯୁବ ରେଡକ୍ରସ, ଉପଦେଷ୍ଟା ବିଶ୍ୱନାଥ ଚୌଧୁରୀ, ଶିବିରକୁ ପରିଚାଳନା କରିଥିଲେ ପ୍ରାଧ୍ୟ୍ୟପକ ରୁଦ୍ରପ୍ରସଦ ଗୌଡ଼, ଅଧ୍ୟାପକ ଶାନ୍ତନୁ ପ୍ରଧାନ, ଅଧ୍ୟାପିକା ଶ୍ରୀମତୀ ସୁନିତା ଓ ମହାବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ, ପ୍ରଭୃତ ସହଯୋଗ କରିଥିଲେ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Comments (0)
Add Comment