ପୋଲସରା,୦୮/୦୨(ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨(୦) ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆଜି ଗୋଟିଏ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ମହାବିଦ୍ୟାଳୟ ର ବାଳିକା ୨(୦) ବାଟାଲିୟନ ର ଛାତ୍ରୀ ମାନେ ଅଂଶଗ୍ରହଣ କରି ପ୍ଳାଷ୍ଟିକ ବର୍ଜନ , ପରିବେଶ ସୁରକ୍ଷା , ଜଳ ସୁରକ୍ଷା , ବୃକ୍ଷରୋପଣ ଓ ସ୍ବଚ୍ଛତା ସମ୍ପର୍କରେ ସହର ବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ରାଲି ମହାବିଦ୍ୟାଳୟ ଛକ ଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିବାକର ମିଶ୍ର ରାଲିରେ ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ ରାଲିରେ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )