ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଜାତୀୟ ମତଦାନ ଦିବସ ପାଳିତ ।

ପୋଲସରା,୨୫/୦୧(ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ . ଦିବାକର ମିଶ୍ର ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମହାବିଦ୍ୟାଳୟର ମହିଳା ସମର ଶିକ୍ଷାର୍ଥୀ ଵାହିନୀର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଛକରୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମତଦାନ ର ଗୁରୁତ୍ବ ସମ୍ପର୍କରେ ସଚେତନ କରିଥିଲେ। ଶୋଭାଯାତ୍ରା ଶେଷରେ ମହାବିଦ୍ୟାଳୟରେ ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ର ଉଦବୋଧନ ଦେଇ ମତଦାନ ର ଗୁରୁତ୍ବ ଉପଲବ୍ଧି କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ଯାପକ ବନମାଳୀ ବେହେରା , ରବିନ୍ଦ୍ରନାଥ ପାଳ, କିଶୋର ଚନ୍ଦ୍ର ଜେନା,ବାଲ୍ ରାଜୁ ପାତ୍ର ଓ ଶେଖ୍ ଫରିଦ୍ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment