ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଯୋଗଦେବେ ଡ଼ଃ ଭଗବାନ ତ୍ରିପାଠୀ।

ପୋଲସରା,୧୯/୦୭ (ପିପିଟି): ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶନାମା ଚିଠି ନମ୍ବର -39077/17/07/2026 ଅନୁସାରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ରିଡର ତଥା ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ, ଖଲ୍ଲିକୋଟର ଅଧ୍ୟକ୍ଷ ଡ଼ଃ ଭଗବାନ ତ୍ରିପାଠୀ ନୂତନ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଭାବରେ ଯୋଗ ଦେବେ।ଏଠାରେ କାର୍ଯ୍ୟରତ ଥିବା ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ନାୟକ ଙ୍କୁ ଜବାହରଲାଲ ନେହେରୁ ଡିଗ୍ରୀ ମହାବିଦ୍ୟାଳୟ, କୁଆଁପାଳ, କଟକ ର ଅଧ୍ୟକ୍ଷ ତଥା ସମ୍ପାଦକ ଭାବରେ ଯୋଗଦେବା ପାଇଁ ନିର୍ଦେଶ ହୋଇଛି।ପୋଲସରା ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଶ୍ରୀ ତ୍ରିପାଠୀ କାର୍ଯ୍ୟ କରିବେ ବୋଲି ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ,ମହାବିଦ୍ୟାଳୟଅଧ୍ୟାପକ ଓ ଅଧ୍ୟାପିକା ମାନେ ଆଶା ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment