ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ “ହର୍ ଘର୍ ତ୍ରିରଙ୍ଗା” ପ୍ରତିଯୋଗିତା କାର୍ଯ୍ୟକ୍ରମ।

ପୋଲସରା,୧୩/୦୮ (ପିପିଟି):ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ “ହର୍ ଘର୍ ତ୍ରିରଙ୍ଗା” ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନସିସି ଅଧିକାରୀ ଲେପନାଣ୍ଟ ବିନତା କୁମାରୀ ଦାସଙ୍କ ପ୍ରତ୍ୟକ୍ଷ ସ°ଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମିଟି ସଦସ୍ୟ ତଥା ଦର୍ଶନ ଶାସ୍ତ୍ର ବିଭାଗ ଅଧ୍ୟାପକ ସେକ୍ ଫରିଦ୍ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ ଓ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସା ରାଣୀ ପଟ୍ଟନାୟକ,ପ୍ରାଣୀବିଭାଗ ଅଧ୍ୟାପକ ସ୍ୱାଭିମାନ ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ଡକ୍ଟର ରୋଜିତା ମିଶ୍ର,କ୍ରୀଡା ଶିକ୍ଷକ ଦୀପକ କୁମାର ସ୍ୱାଇଁଙ୍କ ସମେତ ସୁଜାତା ରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ,ବକୃତା ଏଵଂ ଦେଶାତ୍ମକବୋଧ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ପ୍ରବନ୍ଧରେ ଛାତ୍ରୀ ରଚନା ପ୍ରଧାନ ପ୍ରଥମ ସ୍ଥାନ,ଛାତ୍ରୀ ବସୁନ୍ଧରା ପ୍ରଧାନ ଦ୍ୱିତୀୟ ସ୍ଥାନ ଓ ଛାତ୍ରୀ ପ୍ରିୟଙ୍କା ରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବକୃତା ପ୍ରତିଯୋଗୀତାରେ ଛାତ୍ରୀ ଇତିଶ୍ରୀ ପ୍ରଧାନ ପ୍ରଥମ ସ୍ଥାନ ଓ ଛାତ୍ରୀ କାଜଲ ଗୌଡ଼ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦେଶାତ୍ମକବୋଧ ସ°ଗୀତ ପ୍ରତିଯୋଗିତାରେ ଛାତ୍ରୀ ଇନ୍ଦିରା ଶବର ତୃତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ଏନ୍ଏସି ପକ୍ଷରୁ “ହର୍ ଘର୍ ସ୍ବଚ୍ଛତା” ବିଷୟକୁ ନେଇ ସଚେତନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment