ପୋଲସରା ବିଜେପିର “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ।

ପୋଲସରା (ପିପିଟି): ଦେଶର ସର୍ବାଧିକ ସମୟ ୪,୩୯୯ ଦିନ ଧରି ଜନ ସାଧାରଣଙ୍କ କଲ୍ୟାଣ ସକାଶେ ଅହରହ ସଂଗ୍ରାମ ଜାରି ରଖି ଇତିହାସ ସୃଷ୍ଟି କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୀର୍ଘାୟୁ, ସୁସ୍ଥ ନିରାମୟ ଜୀବନ ସହିତ ରାଷ୍ଟ୍ରର ସଫଳତା ନିମନ୍ତେ ପୋଲସରା ବିଜେପି ପକ୍ଷରୁ ଏକ “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପୋଲସରା ପୌରପରିଷଦ ସ୍ଥିତ ଦିବ୍ୟ ଜୀବନ ସଂଘ ଶ୍ରୀଜଗନ୍ନାଥ ମନ୍ଦିରରେ ଦ୍ୱୀପ ଜଳାଇ ସ୍ୱତନ୍ତ୍ର ପୂଜା ଓ ପ୍ରାର୍ଥନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ସେବା, ସୁଶାସନ, ଗରିବଙ୍କ କଲ୍ୟାଣ ସ୍ୱରୂପ ଜାରି ରହିଥିବା ଐତିହାସିକ ଯାତ୍ରାର ସ୍ମରଣ କରିବାସହ ଏକ ବିକଶିତ ଭାରତବର୍ଷ ଗଠନ ପାଇଁ ସଂକଳ୍ପ ସ୍ୱରୂପ ସମର୍ଥନ କରିଥିଲେ। କାର୍ଯ୍ୟକ୍ରମରେ ପୋଲସରା ନଗର ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ ଓ ନଗର ପ୍ରଭାରୀ ପ୍ରସନ୍ନ କୁମାର ଡାକୁଆ, ହାତୀଓଟ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଯୁବନେତା ଦୀପକ କୁମାର ପ୍ରଧାନ, ଗାୟତ୍ରୀ ଜେନାଙ୍କ ସମେତ ଅନ୍ୟ ମଣ୍ଡଳ ସଭାପତି, କର୍ମକର୍ତ୍ତା ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment