ପୋଲସରା ବିଚାର ବିଭାଗୀୟ ଅଦାଲତର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ ।

ପୋଲସରା,୦୧/୦୭ (ପିପିଟି) : ଆଜି ପୋଲସରା ସ୍ଥିତ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପୋଲସରା ଚତୁର୍ଥତମ ପ୍ରତିଷ୍ଠା ଦିବସ ଓକିଲ ସଙ୍ଘ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଏ.ଅବିନାଶ ନାଇଡ଼ୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।କାର୍ଯ୍ୟକ୍ରମକୁ ଓକିଲ ସଙ୍ଘ ସଭାପତି କବିରାଜ ଦାଶଙ୍କ ପରିଚାଳିନା କରିଥିବାବେଳେ ସମ୍ପାଦକ ବ୍ରଜେନ୍ଦ୍ର ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପୂର୍ବତନ ଶ୍ରେଷ୍ଠ ବିଧାୟକ ତଥା ବରିଷ୍ଠ ଓକିଲ ସିମାଞ୍ଚଳ ବେହେରା, କୋଦଳା କୋର୍ଟର ସରକାରୀ ଓକିଲ ନୀଳାଞ୍ଚଳ ପୋଲାଈ, ପୋଲସରା କୋର୍ଟ ସରକାରୀ ଓକିଲ ଅବଦ୍ଧେଶ ପଟ୍ଟନାୟକ (କ୍ୟାଡର ଶ୍ରେଣୀ ) ଓ ରତ୍ନାକର ମହାନ୍ତି, ପୂର୍ବତନ ସରକାରୀ ଓକିଲ ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଉପସଭାପତି ଅକ୍ଷୟ କୁମାର ଦାସ, ସହସମ୍ପାଦକ ବିଜୟ କୁମାର ଶାସମଲ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀଙ୍କ ସମେତ ସିଦ୍ଧାର୍ଥ ଶଙ୍କର ଦାସ, ଅଗସ୍ତି ବରାଡ଼, ପବିତ୍ର ମୋହନ ନାୟକ, ଜ୍ୟୋତିର୍ମୟ ପଟ୍ଟନାୟକ, ରତ୍ନାକର ପ୍ରଧାନ, ସିମାଞ୍ଚଳ ହୋତା, ସତଚ୍ଚିଦାନନ୍ଦ ପାଣିଗ୍ରାହୀ, ପୂର୍ବତନ ସଭାପତି ସୁଶାନ୍ତ କୁମାର ସାହୁ, ସପନ କୁମାର ମିଶ୍ର, ରଜନୀ କାନ୍ତ ପ୍ରଧାନ, ସୁଜିତ କୁମାର ପାଣିଗ୍ରାହୀ, କାହ୍ନୁ ଚରଣ ସାହୁ, ସୁଧାଂଶୁ ଶେଖର ପ୍ରଧାନ, ରଜନୀକାନ୍ତ ମିଶ୍ର,ଏ. ପ୍ରଶାନ୍ତ କୁମାର ଆଚାରୀ, ବ୍ରଜବନ୍ଧୁ ଦଳବେହେରା, ଶରତ ଚନ୍ଦ୍ର ପଟ୍ଟନାୟକ, ହରପ୍ରସାଦ ଦାସ, ଅନିଲ କୁମାର ମହାଙ୍କୁଡ, ଏ. ରବିନ୍ଦ୍ର କୁମାର ପାତ୍ର, ହରିହର ସାହୁ, କପିଳ ପୋଲେଇ, ସୁକାନ୍ତି ସାହୁ, ସୁଜ୍ଞାନୀ ସାହୁ,ଏ. ଶର୍ମିଷ୍ଠା ପାତ୍ର, ସ୍ନେହଲତା ବେହେରାଙ୍କ ସମେତ ଆହୁରି ଅନେକ ଓକିଲ ବନ୍ଧୁମାନେ ଉପସ୍ଥିତ ରହି ସହଯୋଗ କରିବା ସହ ପ୍ରତିଷ୍ଠା ଦିବସ ସମନ୍ଧେ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ପୂର୍ବତନ ସଭାପତି ବଳରାମ ପ୍ରଧାନ ସଂଘ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment