ପୋଲସରା ବିଚାରବିଭାଗୀୟ ଅଦାଲତ ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି।

ପୋଲସରା, ୧୬/୦୮(ପିପିଟି) :ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ବିଚାରବିଭାଗୀୟ ଅଦାଲତ ଠାରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଚାରପତି ଶ୍ରୀ ଏ ଅବିନାଶ ନାଇଡ଼ୁ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନିକଟରେ ପୋଲସରା ଓକିଲ ସଙ୍ଘ ସଭାପତି କବିରାଜ ଦାସ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଚାରପତି ମହୋଦୟ ସ୍ୱାଧୀନତା ଦିବସର ଅନୁଚିନ୍ତାକୁ ନେଇ ନିଜର ସାରଗର୍ଭ ଅଭିଭାଷଣ ଜରିଆରେ ଦେଶ ସ୍ୱାଧୀନତା ହେବାରେ ଯୋଗଦାନ ଦେଇଥିବା ସଂଗ୍ରାମୀ ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଆଲୋକପାତ୍ କରିବାସହ ସମସ୍ତଙ୍କୁ ଶୁଭେତ୍ସା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ଉତ୍ସବରେ ସଙ୍ଘ ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ବିଜୟ ଶାସମଲ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀ, ପୂର୍ବତନ ସଭାପତି ବଳରାମ ପ୍ରଧାନ, ସରକାରୀ ଓକିଲ ରତ୍ନାକର ମହାନ୍ତି, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ, କାହ୍ନୁ ଚରଣ ସାହୁ, ବ୍ରଜବନ୍ଧୁ ଦଳବେହେରା, ପବିତ୍ର କୁମାର ନାୟକଙ୍କ ସମେତ ଅନେକ ଓକିଲ ବନ୍ଧୁମାନେ ପ୍ରତ୍ୟକ୍ଷଭାବେ ସହଯୋଗ କରିବାସହ ନିଜନିଜର ଅଭିଭାଷଣ ପ୍ରଦାନ କରିଥିବାବେଳେ ହରପ୍ରସାଦ ଦାସ, ଅନିଲ କୁମାର ମାହାଙ୍କୁଡ, ବାସୁଦେବ ଡାକୁଆ, ସୁଜିତ କୁମାର ପାଣିଗ୍ରାହୀ ପ୍ରଭୃତି ଓକିଲ ବନ୍ଧୁ ଓ କୋର୍ଟର ସମସ୍ତ କର୍ମଚାରୀ ଏବଂ କୋର୍ଟ ସି ଏସ ଆଇ ଷ୍ଟାଫ ସମସ୍ତେ ଉପସ୍ଥିତ ରହି ସହଯୋଗକରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment