ପୋଲସରା ବନାଞ୍ଚଳରେ ପକ୍ଷୀ ଗଣନା ।

ପୋଲାସରା,୦୭/୦୧(ପିପିଟି): ଗତ ୫ ତାରିଖରେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧୀନ ପୋଲସରା ରେଞ୍ଜରେ ଜଳଚର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଟତ ହୋଇଯାଇଛି । ଉକ୍ତ ଗଣନାରେ ଚାରିଗୋଟି ଟିମ୍ ଗଠନ କରାଯାଇ ପୋଲସରା ରେଞ୍ଜ ଅନ୍ତର୍ଗତ ଚାରିଗୋଟି ଜଳାଶୟ ଯଥା – ଧନେଇ , ଆଠଗଡ଼ , ବଡଆଗୁଳ ଓ ଜାଗତା ଘାଇ ଜଳାଶୟରେ ପକ୍ଷୀ ଗଣନା କରାଯାଇଥିଲା । ବନାଞ୍ଚଳ ଅଧିକାରୀ ଶ୍ରୀ ସଚିନ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ ମୋଟ ୭୦୮ ଗୋଟି ପକ୍ଷୀ ଗଣନା କରାଯାଇଛି । ସେଥି ମଧ୍ୟରୁ ୬୬୮ ଗୋଟି ଆବାସିକ ଓ ୪୦ ଗୋଟି ପ୍ରବାସୀ ପକ୍ଷୀ ଅଛନ୍ତି ବୋଲି ସୂଚନା ମିଳିଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment