ପୋଲସରା, ୨୨/୧୦- (ପିପିଟି) ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲସରା ବନାଞ୍ଚଳ ଅଧିକାରୀ ନିଜ ସହକର୍ମୀଙ୍କ ସହ ବୁଧବାର ଦିନ ବୁଢାଆମ୍ବ କବିସୂର୍ଯ୍ୟନଗର ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବଡଆଗୁଳ ଗ୍ରାମର ଖୋଲା ପଡିଆଠାରେ ଗୋଟିଏ ଟ୍ରାକ୍ଟରର ଟ୍ରଲିରେ ୨୦ଗୋଟି ଜାମକାଠ ଗଣ୍ଡି ଦେଖିବାକୁପାଇ ଚଢ଼ାଉ କରିଥିଲେ । ଜବତ କାଠଗଣ୍ଡି ୬୫.୭୯ ଘନଫୁଟ ହେବ ବୋଲି ବନାଚଂଳ ଅଧିକାରୀ କହିଛନ୍ତି । ବନ ବିଭାଗ ଚଢାଉକୁ ଦେଖି କାଠ ମାଫିଆମାନେ ସେଠାରୁ ଫେରାର ହେବା ସୂଚନା ମିଳିଛି । ଜବତ କାଠର ମୂଲ୍ୟ ଲକ୍ଷ୍ୟଧିକ ହେବ ବୋଲି ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ କହିଛନ୍ତି । ଏହି ଚଢ଼ାଉରେ ଫରେଷ୍ଟର ଶୁକାନ୍ତ କୁମାର ପଟ୍ଟନାୟକ, କୋରା ପ୍ରସାଦ ଜେନା , ରାଜେନ୍ଦ୍ର କୁମାର ନାୟକ, ଫରେଷ୍ଟ ଗାର୍ଡ଼ ରମାକାନ୍ତ ହୋତ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)