ପୋଲସରା ପ୍ରେସ କ୍ଳବ୍ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ।

ପୋଲସରା, ୧୫/୦୮(ପିପିଟି) :ଆଜି ସ୍ଥାନୀୟ ପ୍ରେସ କ୍ଳବ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଛି। ଆଜି ପ୍ରେସ କ୍ଳବ ର ଅଧ୍ୟକ୍ଷା କେ ସୁମିତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ , କ୍ଳବ ର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ପଣ୍ଡା , ସିମାଞ୍ଚଳ ସାହୁ , ପ୍ରଶାନ୍ତ କୁମାର ପ୍ରଧାନ ଓ ହରିହର ପାତ୍ର ପ୍ରମୁଖ ଭାରତୀୟ ସ୍ବାଧୀନତା ସଂଗ୍ରାମର ସ୍ମୃତି ଚାରଣ କରିବା ସହିତ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇ ପ୍ରାଣବଳି ଦେଇଥିବା ଅମର ସହିଦ୍ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କେ• ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ମହାରଣା , ପ୍ରଗତି ବନ୍ଧୁ ଦାସ , ନାରାୟଣ ସାହୁ , ସୁବ୍ରତ ବେହେରା , ନାରାୟଣ ସାହୁ , ଅକ୍ଷାନ୍ତ ମିଶ୍ର , ନୃସିଂହ ନାଥ ସ୍ବାଇଁ , ପ୍ରଶାନ୍ତ ପ୍ରଧାନ , ସୁଚିତ ସାହୁ , ଶ୍ରୀରାମ ସ୍ବାଇଁ , ଟି• ଶରତ କୁମାର ସୁବୁଦ୍ଧି , ଦିବାକର ପଣ୍ଡା , ଦୁଃଖି ଶ୍ୟାମ ପ୍ରଧାନ , ଅଜୟ ସାହୁ , ବିଜୟ ନାୟକ ଓ ସୁରେନ୍ଦ୍ର ଡାକୁଆ ପ୍ରଭୃତି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment