ପୋଲସରା,୧୫/୦୮(ପିପିଟି): ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ପୋଲସରା ପ୍ରେସ୍ କ୍ଳବ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ହୋଇଯାଇଛି। ଏ ଉପଲକ୍ଷେ ଆଜୂ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରେସ୍ କ୍ଳବ୍ ର ବରିଷ୍ଠ ସାମ୍ବାଦିକ ହରି ହର ପାତ୍ର ଜାତୀୟ ପତାକା ଉତୋଳନ କରିବା ସହିତ ସ୍ୱାଧୀନତା ସଂଗ୍ରାମ ରେ ବିଭିନ୍ନ ସଂସ୍ଥା ,ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ତ୍ୟାଗ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଳବ୍ ର ଅଧ୍ୟକ୍ଷା କେ. ସୁମିତା ପାତ୍ର , ବରିଷ୍ଠ ସାମ୍ବାଦିକ କେ. ସନ୍ତୋଷ କୁମାର ପାତ୍ର , ସନ୍ତୋଷ କୁମାର ପଣ୍ଡା , ସୀମାଞ୍ଚଳ ସାହୁ , ପ୍ରଗତି ବନ୍ଧୁ ଦାସ , ସୁଶାନ୍ତ ମହାରଣା , ନାରାୟଣ ସାହୁ , ଟି. ଆଶିଷ ସୁବୁଦ୍ଧି , ଅଧ୍ୟାପକ ସୁଶାନ୍ତ ସାହୁ , ଶିକ୍ଷକ ନେତା ପ୍ରକାଶ ଚନ୍ଦ୍ର ପ୍ରଧାନ , ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା , କେ. ସୁଶାନ୍ତ କୁମାର ପାତ୍ର , କାହ୍ନୁ ଚରଣ ପ୍ରଧାନ , ସୁରେନ୍ଦ୍ର ଡାକୁଆ ଏବଂ କେ. ସୁଧାଂଶୁ ଶେଖର ପାତ୍ର ପ୍ରମୁଖ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )