ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ।

ପୋଲସରା,୦୧/୦୭(ପିପିଟି): ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ପ୍ରଥମ ବାର୍ଷିକ ଉତ୍ସବ ଆଜି ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ବିଚାରପତି ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଜଣେ ସାଧାରଣ ମଣିଷର ହୃଦବୋଧ ହେବାକୁ ପଡ଼ିବ ଯେ ସେ ନ୍ୟାୟ ପାଇବା ପାଇଁ ଅଦାଲତକୁ ଆସିଛି ଏବଂ ସେ ନିଶ୍ଚିତ ଭାବରେ ନ୍ୟାୟ ପାଇବ ତେବେ ଯାଇ ଅଦାଲତ, ବିଚାରପତି ଓ ଆଇନଜୀବୀ ମାନଙ୍କ ଗୌରବ ବୃଦ୍ଧି ପାଇବ। ଉତ୍ସବରେ ଗଞ୍ଜାମ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ବେହେରା ଓ ରାଜ୍ୟ ଆଇନଜୀବୀ ସଂଘର ପୂର୍ବତନ ସଭାପତି ଶିଶିର ପାଢି ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପୋଲସରା ବାର ଏସୋସିଏସନର ସଭାପତି ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ପ୍ରାରମ୍ଭରେ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିବା ପରେ ସମ୍ପାଦକ ସିମାଞ୍ଚଳ ହୋତା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବ ଶେଷରେ ଏପିପି ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରଜବନ୍ଧୁ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ଏଡିଜେ ଚିନ୍ମୟ ଗୋଛାୟତ, ସ୍ୱପ୍ନା ସାଗରିକା ମିଶ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିମଳା ଲକ୍ଷ୍ମୀ ଚୌଧୁରୀ , ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦିପ୍ତୀମୟି , ସ୍ଥାନୀୟ ତହସିଲଦାର ଦିଲୀପ କୁମାର ନାୟକ , ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ , ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment