ପୋଲସରା,୨୮/୦୫(ପିପିଟି) :ପୋଲସରା ପଞ୍ଚାୟତ ସମିତି ସଭାଗୃହରେ ଦଶମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।‘ଆଜି ବୁଧବାର ଦିନ ୧ ଘଣ୍ଟା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ଠାରେ ଦଶମ ସମିତି ବୈଠକ ବ୍ଳକ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ପରିଚାଳନା ଦାୟିତ୍ୱ ବିଡ଼ିଓ କରିଥିବା ବେଳେ ଉପାଧ୍ୟକ୍ଷ କାଁହୁ ଚରଣ ସାହୁ ଗୋଷ୍ଠୀ ବିଭାଗୀୟ ଅର୍ଥ ଅଧିକାରୀ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ମେମ୍ବର ,ମଞ୍ଚାସୀନ ହୋଇ ନିଜସ୍ବ ମତ ରଖିଥିଲେ। ବ୍ଳକର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲାଙ୍କ ପାଇଁ ସଠିକ ପାନୀୟ ଜଳ ଓ ଶୌଚାଳୟର ବ୍ଯବସ୍ଥା ନଥିବା,୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା କାର୍ଯ୍ଯ ତାଲିକା ଅନୁସାରେ ନଆସିବା, ଲୋକଙ୍କୁ ଦିଆଯାଇଥିବା ମାସିକ ଭତ୍ତା ସଠିକ୍ ସମୟରେ ମିଳୁନଥିବା ସହିତ ପଞ୍ଚାୟତ ସମିତି କାର୍ଯ୍ଯ ଗୁଡିକ ସମିତି ମେମ୍ବରମାନଙ୍କ ଅଜାଣତରେ ହେଉଥିବା ଭଳି ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ।ଏହାର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବ୍ଳକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ କର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ:- ସନ୍ତୋଷ କୁମାର ପଣ୍ଡା