ପୋଲସରା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ।

ପୋଲସରା,୦୧/୦୫(ପିପିଟି): ଆଜି ପୋଲସରା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏଠାରେ ୧୩୬ ତମ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ନିର୍ମାଣ ଶ୍ରମିକ ନେତା ରାମଚନ୍ଦ୍ର ସାହୁ ଲାଲ୍ ପତାକା ଉତ୍ତୋଳନ କରିବା ପରେ କ୍ଷେତ୍ ମଜଦୁର ୟୁନିୟନ ନେତା ହରି ହର ପାତ୍ର ଆନ୍ତର୍ଜାତୀୟ ଶ୍ରମିକ ଦିବସ ଇତିହାସ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ବର୍ତ୍ତମାନ ଶ୍ରମିକ ମାନଙ୍କ ପ୍ରତି ଦେଖା ଦେଇଥିବା ବିପଦର ମୁକାବିଲା ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ଶ୍ରମିକ ସଂଗଠିତ ଭାବରେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ବିଜୟ ସାମନ୍ତରାୟ , ନିର୍ମାଣ ଶ୍ରମିକ ନେତା ଚନ୍ଦ୍ର ପାଇକରାୟ ଓ କାଳିଆ ସ୍ୱାଇଁ , ନାରୀ ନେତ୍ରୀ ଲକ୍ଷ୍ମୀ ପାତ୍ର ଏବଂ ଛାତ୍ର ନେତା କୃତିବାସ ମହାରଣା ପ୍ରମୁଖ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment