ପୋଲସରା,(ପିପିଟି)୧୨/୦୬,ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଶିବିରଟିକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ପୋଲସରା ଆମ ପୋଲିସ୍ ସମିତି ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ନିରଞ୍ଜନ ସାହୁ, ସଂପାଦକ ନାରାୟଣ ବେହେରା, ସମିତିର ଅନ୍ଯ ସମସ୍ତ ସଭ୍ଯସଭ୍ଯା,ପୋଲିସ୍ ଷ୍ଟାଫ୍ ଏବଂ କର୍ମଚାରୀ,ହୋମଗାର୍ଡ ମାନଙ୍କ ଆନ୍ତରିକତା ସହଯୋଗରେ ମୋଟ ୧୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ସର୍ବପ୍ରଥମେ ଥାନା ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକଙ୍କ ଠାରୁ ରକ୍ତଦାନ କାର୍ଯ୍ଯ ଆରମ୍ଭ କରାଯାଇଥିଲା ।ବ୍ରହ୍ମପୁର ଏମକେସିଜି ରେଡକ୍ରସ ସୋସାଇଟି ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।ଏହି ସମୟରେ କୋଭିଡ୍-୧୯ ନିୟମ ଅନୁଯାୟୀ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିଲା ।ପରିଶେଷରେ ଥାନା ପକ୍ଷରୁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସମେତ ଉପସ୍ଥିତ ଥିବା ମିଡିଆ ବନ୍ଧୁମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।