ପୋଲସରା,୨୭/୧୨(ପିପିଟି): ରାଜ୍ୟର ପ୍ରବୀଣ ରାଜନୀତିଜ୍ଞ, ଗଞ୍ଜାମ ରାଜନୀତିର ଚାଣକ୍ୟ ଦିବଂଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସ୍ଥାନୀୟ ରତନେଇ ମନ୍ଦିର ପ୍ରାଙ୍ଗଣରେ ପୁରୁଖା ତଥା ବରିଷ୍ଠ ବ୍ୟକ୍ତି ମାନଙ୍କଦ୍ଵାରା ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଶୋକସଭାରେ ରାମକୃଷ୍ଣ ବାବୁଙ୍କ ଅନ୍ତରଙ୍ଗ ଭାବରେ ଜଣାଶୁଣା ଦାମଦୋର ସ୍ୱାଇଁ, ରୋହିତ ପ୍ରଧାନ, ରମେଶ ମିଶ୍ର, ରଘୁନାଥ ପଣ୍ଡା, ଦୀନବନ୍ଧୁ ସାହୁ, ନାରାୟଣ ସାହୁ, ଶରତ ପାଣିଗ୍ରାହୀ, ଶରତ ନାୟକ, ଗୋରାଚାନ୍ଦ ସାହୁ, ଦିଲ୍ଲୀପ ପାତ୍ର, ମୁନି ରଥ, କୁନା ରଥ, ଗୋବିନ୍ଦ ମିଶ୍ର,ଭୋବନି ସାହୁ, ପ୍ରଭାକର ପାଣିଗ୍ରାହୀ, ତପନ ସାହାଣୀ, ରାମହରି ପଣ୍ଡା, ସନ୍ତୋଷ ମଲିକ, ଟୁନା ମହାରଣା, ସୁବାଷ ପାଣିଗ୍ରାହୀ,କୈଳାସ ବେହେରା, କୃଷ୍ଣ ଚରଣ ପଟ୍ଟନାୟକ, କାମଦେବ ପ୍ରଧାନ,ଦଣ୍ଡପାଣି ରାଉତ,ଉମା ସାହୁ, ବୁଢ଼ା ପୋଲାଇ, ସିମା ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାମକୃଷ୍ଣ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଵା ସହିତ ଦୁଇ ମିନଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଆସନ୍ତା ଦୁଇ ତାରିଖ ରାମକୃଷ୍ଣ ବାବୁଙ୍କ ଦଶାହ ଦିନ ଏକ ସାମୁହିକ ତିଳତର୍ପଣ କାର୍ଯ୍ୟକ୍ରମପାଇଁ ନିଷ୍ପତ୍ତି ନିଆଯାଇଛି । ରାମକୃଷ୍ଣ ବାବୁଙ୍କୁ ଭଲପାଉଥିବା ବହୁ ବ୍ୟକ୍ତି ଏଥିରେ ଯୋଗଦେବାର ସମ୍ଭାବନା ରହିଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )