ପୋଲସରା ଟ୍ରାକ୍ଟର ମାଲିକ ସଂଘ ତରଫରୁ ଜୋର ଜୁଲମ କର ଆଦାୟ ପ୍ରତିବାଦରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ ।

ପୋଲସରା,୧୬/୦୯(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ମାଁ ଦକ୍ଷୀଣ କାଳି ଟ୍ରାକ୍ଟର ମାଲିକ ସଂଘ ତରଫରୁ କରୋନା ମହାମାରୀ ଜନିତ ସଙ୍କଟ ସମୟରେ ପ୍ରାୟ ପାଞ୍ଚ ରୁ ଛଅ ମାସ ପର୍ଯ୍ୟନ୍ତ ଟ୍ରାକ୍ଟର ପରିବହନ ବନ୍ଦ ରହିଲା । ଏହା ଦ୍ୱାରା ଉକ୍ତ ମାଲିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ସହ ଟ୍ରାକ୍ଟର ଗୁଡିକରେ ନିୟୋଜିତ ଡ୍ରାଇଭର ଓ ଖଲାସି ଶ୍ରେଣୀ ଭୁକ୍ତ ଶ୍ରମିକମାନେ କାମ ନପାଇ ବହୁ ଦୁଃଖ କଷ୍ଟରେ ନିଜର ଏବଂ ନିଜ ପରିବାର ସହିତ ବଞ୍ଚିରହିବାକୁ ବାଧ୍ୟହେଲେ । ଅତି ଖୁସିର କଥା ଚଳିତ ସେପ୍ଟେମ୍ବର ମାସ ୧ ତାରିଖ ମଙ୍ଗଳବାର ଠାରୁ ସରକାର ରାଜ୍ୟରେ କରୋନା ଳକଡାଉନ୍ ଓ ସଟଡାଉନ୍ କୋହଳ କରିବା ପରେ ଉକ୍ତ ଗାଡ଼ି ମାଲିକ ମାନେ ନିଜ ନିଜର ବନ୍ଦ ରହିଥିବା ଟ୍ରାକ୍ଟର ପରିବହନ ବ୍ୟବସାୟ ଆରମ୍ଭ କଲେ । ଏହା ଦ୍ୱାରା ଉକ୍ତ ମାଲିକମାନଙ୍କ ଅଧିନରେ କାର୍ଯ୍ୟ କରି ବସି ରହିଥିବା ଡ୍ରାଇଭର ଓ ଖଲାସି ଶ୍ରମିକମାନେ କାମଧନ୍ଦା ପାଇବା ସହ ନିଜ ନିଜର ଜୀବନ ଜୀବିକା ବଞ୍ଚାଇବାର ସୁଯୋଗ ପାଇଲେ କିନ୍ତୁ ଦୁଃଖର ବିଷୟ ଉକ୍ତ ପରିବହନ ବ୍ୟବସାୟ ଆରମ୍ଭ ହେବାପରେ ପୋଲସରା ରାଜସ୍ବ ବିଭାଗ ଅଧିକାରୀ ମୋହଦୟ ବିଭିନ୍ନ ପ୍ରକାର ଆଳ ଦେଖାଇ ଗାଡି ମାଲିକ ମାନଙ୍କଠାରୁ ଜୋର ଜବରଦସ୍ତ ପ୍ରତି ଟ୍ରାକ୍ଟର ଟ୍ରିପ ପିଛା ଦୈନିକ ଅର୍ଥ (କର) ଆଦାୟ କରିବାକୁ ଲାଗିଲେ । ଯଦ୍ୱାରା ଟ୍ରାକ୍ଟର ମାଲିକ ଏବଂ କାର୍ଯ୍ୟରତ ଶ୍ରମିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଲେ । ଫଳରେ ଆଜକୁ କିଛିଦିନ ହେବ ଟ୍ରାକ୍ଟର ମାଲିକମାନେ ଜୋର ଜୁଲମ ଅର୍ଥ ତହସିଲଦାରଙ୍କ ଦ୍ୱାରା ଆଦାୟ ପ୍ରତିବାଦରେ ନିଜ ନିଜର ପରିବହନ ସେବାକାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟହେଲେ । ଏ ମଧ୍ୟରେ ଟ୍ରାକ୍ଟର ମାଲିକ ମାନେ ବହୁବାର ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ କାର୍ଯ୍ୟାଳୟରେ ଭେଟକରି ଉକ୍ତ କର ଆଦାୟ ଦ୍ୱାରା ସେମାନଙ୍କର ଜୀବନ ଜୀବିକା କିଭଳି ଭାବେ ପ୍ରଭାବିତ ହୋଇଛି । ଏଣୁ ଏଥିପ୍ରତି ଶୁଭଦୃଷ୍ଟି ଦେଇ ଆଦାୟ କୋହଳ କରିବାକୁ ଗୁହାରି କରିଥିଲେ ସୁଦ୍ଧା ତହସିଲଦାର ମହୋଦୟ ସେମାନଙ୍କ ଗୁହାରି ପ୍ରତି କୌଣସି ପ୍ରକାର କର୍ଣପାତ ନକରି ବିଭିନ୍ନ ପ୍ରକାର ଦେଖିବା,ବୁଝିବା ବୋଲି ଫମ୍ପା ପ୍ରତିଶୃତିମାନ ଦେଇ ଦିନ ବଢ଼େଇ ଚାଲିଛନ୍ତି । ତହସିଲଦାର ମହୋଦୟଙ୍କ ଏଭଳି ଅଣଦେଖାକୁ ନେଇ ଶେଷରେ ବାଧ୍ୟହୋଇ ମାଲିକମାନେ ନିକଟରେ “ମାଁ ଦକ୍ଷିଣକାଳି” ଟ୍ରାକ୍ଟର ମାଲିକ ସଂଘ ନାମରେ ଏକ ସଂଘ ଗଠନ କରିବା ସହ ନିଜର ହକ୍ ପାଇଁ ପୋଲସରା ତହସିଲ କାର୍ଯ୍ୟାଳୟକୁ ଆଜି ଅର୍ଥାତ ତା.୧୬/୦୯/୨୦୨୦ରିଖ ବୁଧବାର ଦିନ ସଂଘର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଦସ୍ୟମାନଙ୍କ ଦସ୍ତଖତ ସମ୍ବଳିତ ଦୁଇଫର୍ଦ୍ଧ ବିଶିଷ୍ଟ ଦାବିପତ୍ର ତହସିଲଦାରଙ୍କୁ ଜୀବନ ଜୀବିକା ସମସ୍ୟା ସ୍ଥାୟୀ ସମାଧାନ କରିବାପାଇଁ ସଂଘ ସଭାପତି ମୋତିରାମ ସହୁଙ୍କ ନେତୃତ୍ବରେ ପ୍ରଦାନ କରିଛନ୍ତି । ଦାବି ପତ୍ର ପ୍ରଦାନ କରାଯିବା ପରେ ସଂଘ ତରଫରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ କୁହାଯାଇଛି ଯେ,ଯଥାଶୀଘ୍ର ତହସିଲଦାର ମହୋଦୟ ସେମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଆନ୍ତରିକତା ସହିତ ସହଯୋଗ ନକରନ୍ତି ତେବେ ଭବିଷ୍ୟତରେ ସାଙ୍ଘାତିକ ସାମାଜିକ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଦୈବାତ କ୍ରମେ ଏଭଳି ଅପ୍ରୀତିକର ସମସ୍ୟା ସୃଷ୍ଟି ହୁଏ ତେବେ ପୋଲସରା ରାଜସ୍ବ ବିଭାଗ ସମ୍ପୁର୍ଣ୍ଣ ଦାୟୀ ରହିବେ ବୋଲି ପ୍ରଶାସନକୁ ଚେତାବନି ଦିଆଯାଇଛି । ଏହା ପୂର୍ବରୁ ଗତ ତା.୧୩/୦୯/୨୦୨୦ରିଖ ରବିବାର ଦିନ ଉକ୍ତ ମାଲିକମାନଙ୍କ ଟ୍ରାକ୍ଟର ଗୁଡିକରେ କାର୍ଯାକରୁଥିବା ଡ୍ରାଇଭର ଖଲାସିମାନେ ନିଜର ପୋଲସରା ସ୍ୱାଭିମାନ ଶ୍ରମିକସଙ୍ଘ ଗଠନକରି ଉକ୍ତ ସଂଘ ସଭାପତି ପଦ୍ମନାଭ ପ୍ରଧାନଙ୍କ ନେତୃତ୍ବରେ ତହସିଲଦାର ମହୋଦୟଙ୍କୁ ଦାବିପତ୍ର ଦେଇଥିଲେ । କିନ୍ତୁ ଶ୍ରମିକ ମାନଙ୍କ କହିବା ପ୍ରକାରେ ଆଜି ପର୍ଯ୍ୟନ୍ତ ତହସିଲଦାର ମହୋଦୟ ସେମାନଙ୍କ ଦାବିକୁ ପୁରଣ କରିନଥିବାରୁ ସେମାନେ ଦୁଃଖ ଓ କଷ୍ଟରେ ବଞ୍ଚିରହିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଉକ୍ତ ଶ୍ରମିକମାନେ ମଧ୍ୟ ବହୁ ଶିଘ୍ର ସେମାନଙ୍କ ଦାବି ପୂରଣକୁ ନେଇ ପୋଲସରା ତହସିଲଦାରଙ୍କ ବିରୋଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ମିଳିତ ଭାବେ ଉପରୋକ୍ତ ସ୍ଵଷ୍ଠ ଜୀବନ ଜୀବିକା ସମସ୍ୟା ଦ୍ୱାରା ସେମାନଙ୍କର ଆର୍ଥିକ ସଙ୍କଟ ସୃଷ୍ଟି ହେବାକୁ ନେଇ ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । (ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment