ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆମ ହସ୍ପିଟାଲ ରୂପାନ୍ତରିକରଣ।

ପୋଲସରା,୧୭/୦୨(ପିପିଟି):ଆଜି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ କରିବା ସହିତ ଉତ୍ସର୍ଗୀକୃତ କରିଛନ୍ତି। ଏ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଧାୟକ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ । ୧୦ କୋଟି ଟଙ୍କା ବ୍ୟୟ ରେ ରୂପାନ୍ତରିତ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳବାସୀ ଆଶା ଓ ଆକାଂକ୍ଷା ପୂରଣ କରିବ ବୋଲି ମନେ କରାଯାଉଛି। ଉତ୍ସବ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ,ନର୍ସ ଓ କର୍ମଚାରୀ ମାନଙ୍କ ସମେତ ଉପ ନଗରପାଳ ସନ୍ତୋଷ କୁମାର ବେହେରା ,ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ ଘନଶ୍ୟାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment