ପୋଲସରା କୋର୍ଟ୍ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।

ପୋଲସରା,୨୩/୧୧(ପିପିଟି): ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ବିଚାର ବିଭାଗୀୟ ଅଦାଲତ୍ ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକ୍ ଲିଗାଲ ସର୍ଭିସ କମିଟି ଅଧ୍ୟକ୍ଷ ଏ.ଅବିନାଶ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ପୋଲସରା ଏନ୍ଏସି ଓ ୨୬ଗୋଟି ପଞ୍ଚାୟତର ୧୧ଗୋଟି କ୍ଲଷ୍ଟରର ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରୁ ୭ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ମୋଟ୍ ୨୦ ଜଣ ଜୁନିଅର୍ ଏଵଂ ସିନିୟର୍ ବିଭାଗରେ ଛାତ୍ରଛାତ୍ରୀମାନେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୂଯୋଗ ପାଇଥିଲେ। ପରେ ୧୪ ଜଣ ମନୋନୀତ ପ୍ରତିଯୋଗୀଙ୍କ ଚିତ୍ରକୁ ଚୟନ କରାଯାଇ ବ୍ରହ୍ମପୁର ଜିଲ୍ଲା ଅଦାଲତକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ କରାଯାଇ ପୁରସ୍କୃତ ହେବାକୁ କୋର୍ଟ୍ ପକ୍ଷରୁ ପଠାଇ ଦିଆଯାଇଛି। ଏହି ଅବସରରେ ମାଜିଷ୍ଟ୍ରେଟ୍ ମହୋଦୟ ନିଜର ବକ୍ତବ୍ୟରେ ପିଲାମାନଙ୍କୁ ଉତ୍ସାହିତ ଏବଂ ସଫଳତା କାମନା କରିଥିଲେ। ଏହି ଜ୍ଞାନବର୍ଦ୍ଧକ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ହେଡ୍ କ୍ଲର୍କ୍ ସନ୍ଦୀପ କୁମାର ପ୍ରଧାନ,ହେଡ୍ ଟାଇପିଷ୍ଟ ପ୍ରଭାତ କୁମାର ପଣ୍ଡା, ଷ୍ଟେନୋଗ୍ରାଫର୍ ରାଜେଶ୍ଵରି କହଁର ଓ ଟେକନିକାଲ୍ ଆସିଷ୍ଟାଣ୍ଟ ସଲିନ କୁମାର ସାହୁ ଓ ତ୍ରିନାଥ ସ୍ୱାଇଁଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment