ପୋଲସରା,୧୫/୦୮(ପିପିଟି) :ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଜେ ଏମ ଏଫ୍ ସି କୋର୍ଟରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବିଚାରପତି ଏ, ଅବିନାଶ ନାଇଡ଼ୁ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିଥିଲା। ଏହି ଅବସରରେ ବିଚାରପତି ସ୍ଵାଧୀନତା ଦିବସର ଅଭିନନ୍ଦନ ଏବଂ ଶୁଭେଛା ଜଣାଇବାସହ ଦିବସର ଅନୁଚିନ୍ତା ଏବଂ ଆଇନର ଭୂମିକା ଉପରେ ନିଜର ସୁଚିନ୍ତିତ ମନ୍ତଵ୍ୟ ପ୍ରଦାନ କରିଥିଲେ। ପରେ ଅନ୍ୟ ଓକିଲ ମାନେ ନିଜର ମନ୍ତଵ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବଳରାମ ପ୍ରଧାନ,କାହ୍ନୁ ଚରଣ ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ପଣ୍ଡା, ଲଷ୍ମୀ କାନ୍ତ ପାଢ଼ୀ, ବ୍ରଜେନ୍ଦ୍ର ସାହୁ, ଉପସଭାପତି ହରପ୍ରସାଦ ଦାସ, ସହସମ୍ପାଦକ ଦେବାଶିଷ ପାତ୍ର, ରତ୍ନାକର ମହାନ୍ତି, ରଜନୀକାନ୍ତ ପ୍ରଧାନ, ପ୍ରହଲ୍ଲାଦ ବିଷୋୟୀ, କପିଳ ପୋଲାଇ, ସୁଜିତ କୁମାର ପାଣିଗ୍ରାହୀ , କୋର୍ଟ ସିଏଏସଆଇ ଏବଂ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପାଳନ କରିଥିଲେ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା