ପୋଲସରା ଏସଏସଭିଏମ୍ ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା।

ପୋଲସରା,୧୩/୦୮(ପିପିଟି) :ଗଂଜାମ ଜିଲ୍ଲା ପୋଲସରା କାଳୀମନ୍ଦିରସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ
ଖଲ୍ଲିକୋଟ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଏହି ଜ୍ଞାନ ବିଜ୍ଞାନ ମେଳାଟିକୁ ଅନୁଷ୍ଠାନର ସଭାପତି ଯଦୁନାଥ ମିଶ୍ର ପାର°ପରିକ ବେଦ ମନ୍ତ୍ର ଉଚ୍ଚାରଣ ଏବଂ ମା” ସରସ୍ବତୀ ଦେବୀଙ୍କ ବନ୍ଦନା,ଶଙ୍ଖଧ୍ୱନୀ ମଧ୍ୟରେ ବିଧିବିଧାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଏହି ସମୟରେ ନିକଟରେ ଅନୁଷ୍ଠାନର ସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ଜେନା, ଉପସଭାପତି ପ୍ରମୁଖ କୁମାର ପ୍ରଧାନ, ଖଲ୍ଲିକୋଟ ସୁ°କୁଳ ପ୍ରମୁଖ ବିଭୂତି ଭୂଷଣ ପାତ୍ର ଓ ସ°ଯୋଜକ ସନ୍ତୋଷ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବାସହ ମେଳାରେ ଶିଶୁବର୍ଗ, ବାଲବର୍ଗ ଓ କିଶୋରବର୍ଗରେ ଜ୍ଞାନ ବିଜ୍ଞାନ ବିଷୟ ଅନ୍ତର୍ଗତ ପତ୍ରବାଚନ, ଗଣିତ ପ୍ରୟୋଗ, ମୃଣ୍ମୟ ମୂର୍ତ୍ତି କଳା,ବିଜ୍ଞାନ ପ୍ରୟୋଗ,ଆସୁଭାଷଣ, କଥାକଥନ ଓ ବିଜ୍ଞାନ ପ୍ରକଳ୍ପ ଗୁଡିକରେ ମୋଟ୍ ୨୩୭ ଜଣ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଗନେଇଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଏଭଳୀ ମେଧାଶକ୍ତି ବୃଦ୍ଧି କାର୍ଯ୍ୟକ୍ରମରେ ଦେଇଥିବା ଯୋଗଦାନକୁ ପ୍ରଶଂସା କରିବା ସହିତ ଉତ୍ସାହିତ କରିଥିଲେ। ଏହି ମେଳାରେ ପୋଲସରା ସମେତ ଖଲ୍ଲିକୋଟ, ଲଙ୍ଗଳେଶ୍ବର,ବିକ୍ରମପୁର, ବଡ ନଳିନାଖ୍ୟ (ବି.ଏନ୍.ପୁର),କୋଦଳା , ବେଗୁନିଆପଡ଼ା ଓ ତାଳସରକୁ ମିଶାଇ ମୋଟ୍ ୮ ଗୋଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁଡ଼ିକର ଛାତ୍ରଛାତ୍ରୀମାନେ ଅ°ଶଗ୍ରହଣ କରିଥିଲେ। ପ୍ରଦର୍ଶନୀ ମେଳାରେ ପୋଲସରା ଅଞ୍ଚଳର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଧ୍ୟାପକ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ୨୨ ଜଣିଆ ବିଚାରକ ମଣ୍ଡଳୀ ବୁଲି ଦେଖିବା ସହ ପ୍ରତିଯୋଗୀମାନଙ୍କ ଦକ୍ଷତାର ମାନଦଣ୍ଡ ପଚାରି ବୁଝିଥିଲେ। ପରେ ଆଗାମୀ ଦିନରେ ଫୁଲବାଣୀ ଏଵଂ ନିମଖଣ୍ଡିରେ ହେବାକୁ ଥିବା ଜିଲ୍ଲା (ବିଭାଗ) ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ କେବଳ ପ୍ରଥମ ସ୍ଥାନ ଅଧିକାର କରି ଭାଗନେବାକୁ ଯୋଗ୍ୟ ବିବେଚିତ ୪୦ ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ “ଶିକ୍ଷା ବିକାଶ ସମିତି, ଓଡିଶା ଖଲ୍ଲିକୋଟ ସଂକୁଳ ପ୍ରମାଣପତ୍ର” ସହ ଟ୍ରଫି ପ୍ରଦାନ କରାଯିବା ସହିତ ବାକି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ଟ୍ରଫି ସାନ୍ତ୍ୱନା ମୂଳକଭାବେ ଦିଆଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ପାର°ପରିକ ପୁଷ୍ପବର୍ଷା ସହ ମଥାରେ ଚନ୍ଦନ ଟୋପାଲାଗି କରି ସ୍ବାଗତ ଏଵଂ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ କରାଯାଇଥିବା ବେଳେ ମେଳାରେ ଅ°ଶଗ୍ରହଣ କରିଥିବା ଉକ୍ତ ଲଙ୍ଗଳେଶ୍ବର ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀ, ବେଗୁନିଆପଡ଼ା ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦାସ, କୋଦଳା ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ରଜନୀକାନ୍ତ ବେହେରା, ତାଳସର ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଭି. ସାଇଶ୍ୱରି,ବିକ୍ରମପୁର ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବବିତାରାଣୀ ଦାସ, ବି.ଏନ୍.ପୂର ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ରମାଗୌଡ ପ୍ରମୁଖଙ୍କ ସମେତ ଆୟୋଜକ ଅନୁଷ୍ଠାନର ସମସ୍ତ ଗୁରୁମା ଓ ଗୁରୁଜୀମାନେ ଉପସ୍ଥିତ ରହି ଜ୍ଞାନବର୍ଦ୍ଧକ ମେଳା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଉପସଭାପତି ପ୍ରମୁଖ ପ୍ରଧାନ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ ଜଣାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment