ପୋଲସରା ଏସଏସଭିଏମରେ ମାତୃ ସମ୍ମିଳନୀ।

ପୋଲସରା ,୨୮/୦୭(ପିପିଟି): ଚଳିତ ମାସ ୨୭ ତାରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାଆ ମାନଙ୍କୁ ନେଇ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ଶିଶୁ ବାଟିକା ପ୍ରମୁଖ ତଥା ଛତ୍ରପୁର ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ପ୍ରମୁଖ ଦାୟିତ୍ୱ ତୁଲାଇ ଆସୁଥିବା ବି. ସୁଶୀଳା ଅତିଥିଭାବେ ଯୋଗଦେଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏବଂ ଛୋଟ ଛୋଟ ଶିଶୁମାନଙ୍କ ଊତ୍ତମ ଶୈକ୍ଷିକ ଦିଗରେ ମାଆମାନଙ୍କ ଭୂମିକା ଉପରେ ଉପସ୍ଥିତ ମାତୃମଣ୍ଡଳୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ମାତୃ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଯଦୁନାଥ ମିଶ୍ର,ଉପସଭାପତି ପ୍ରମୁଖ କୁମାର ପ୍ରଧାନ, ସମ୍ପାଦକ ଦୂର୍ଗାପ୍ରସାଦ ମହାପାତ୍ର, ଯୁଗ୍ମସମ୍ପାଦକ ଅରୁଣ କୁମାର ଜେନା,ସଦସ୍ୟା_ଶର୍ମିଷ୍ଠା ପ୍ରଧାନ ଓ ନିଳେନ୍ଦ୍ରି ବେହେରା ଯୋଗଦେଇଥିବାବେଳେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ ଏଵଂ ଅନୁଷ୍ଠାନର ଶିଶୁ ବାଟିକା ମୁଖ୍ୟ ରୀତା ମହାରଣା ସ°ଯୋଜନା କରିଥିଲେ। ଏହି ଅବସରରେ କୁନି କୁନି ଶିଶୁମାନେ ସାମୁହିକ ଗୀତ ସହ ବ୍ୟକ୍ତିସହ ଗୀତ ଗାନ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଗୁରୁଜୀ,ଗୁରୁମା ଓ କର୍ମଚାରିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment