ପୋଲସରା ,୨୮/୦୮(ପିପିଟି): ଆଜି ପୋଲସରା କାଳୀମନ୍ଦିର ସାହି ନିକଟସ୍ଥ ପୋଲସରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତୃତୀୟ ସୋପାନ ସ୍କାଉଟ୍ ଓ ଗାଇଡର ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିକ୍ଷାନୁଷ୍ଠାନ ସମେତ ସ୍ଥାନୀୟ ପୋଲସରା ସରସ୍ଵତୀ ଶିଶୁ ବିଦ୍ୟାଭବନ,ଏହି ପୋଲସରା ବ୍ଲକ୍ ବୁଢେଇଶୁଣି- ଗୋଠଳୀ ଉଚ୍ଚ ବିଦ୍ୟାଳୟ, ବେଲଗାଁର କନକଦୂର୍ଗା ବିଦ୍ୟାପୀଠ ମଧୁସୂଦନପୁର,ମା ଭରାଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମନ୍ଦାର ଏଵଂ କବିସୂର୍ଯ୍ୟନଗର ବ୍ଲକର ବଡ ଚଢ଼ିଆପଡ଼ା ଏସ ଏସ ହାଇସ୍କୁଲ ଓ ବୁଗୁଡ଼ା ବ୍ଲକର ବି. କରଡ଼ାବାଡ଼ି ପିଏମଶ୍ରୀ ସରକାରୀ ହାଇସ୍କୁଲକୁ ମିଶାଇ ୭ ଗୋଟି ଶିକ୍ଷାନୁଷ୍ଠାନ ଗୁଡିକରୁ ମୋଟ୍ ୭୨ ଜଣ ସ୍କାଉଟ ଛାତ୍ରଙ୍କ ସମେତ ୨୯ ଜଣ ଗାଇଡ୍ ଛାତ୍ରୀମାନେ ଅ°ଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଉକ୍ତ ଏସଏସଭିଏମର ଉପଦେଷ୍ଟା ଏଵଂ ଖଲ୍ଲିକୋଟ ସ°କୁଳ ପ୍ରମୁଖ ବିଭୂତି ଭୂଷଣ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାସହ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ତାଲିମଦାତା ଭାବେ ଜିଲ୍ଲା ତାଲିମ କମିଶନର (ସ୍କାଉଟ) ବିକ୍ରମ ମହାରଣା,ଜିଲ୍ଲା ସହକାରୀ ତାଲିମ କମିଶନର (ସ୍କାଉଟ) ଅରୁଣ କୁମାର ପଟ୍ଟନାୟକ ଏଵଂ ଗଂଜାମ ଜିଲ୍ଲା ରାଜ୍ୟ ପ୍ରତିନିଧି ଭାସ୍କର ରଣା ପ୍ରମୁଖ ଯୋଗଦେଇ ସ୍କାଉଟ ଓ ଗାଇଡ ବିଷୟରେ ପ୍ରାଞ୍ଜଳଭାବେ ବୁଝାଇବା ସହିତ ଦେଶର ଜଣେ ଜଣେ ସେବକ ଭାବେ ବ୍ରତି ହୋଇ ପ୍ରତ୍ୟେକ କ୍ଷେତ୍ରରେ ସେବାକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ବିଭିନ୍ନ କଳା କୌଶଳ ଦ୍ଵାରା ଜରୁରୀକାଳୀନ ପରିସ୍ଥିତିରେ ନିଜକୁ ଏଵଂ ଜନସାଧାରଣଙ୍କୁ ରକ୍ଷା କରାଯାଇପାରିବ ସେଥିଉପରେ ତାଲିମ୍ ପ୍ରଦାନ କରିଥିଲେ। ଏହି ସମୟରେ ନୀଳକଣ୍ଠ ମହାରଣା, ବିଦ୍ୟାଧର ଷଡ଼ଙ୍ଗୀ,ସୁବୋଧ କାନ୍ତ ସେଠୀ, ଦେବାଶିଷ ଜେନା, ଶ୍ରୀଧର କୁମାର ରାଉତ,ଅରୁଣ ବିଷୋୟୀ,ହରିହର ସାହୁ ପ୍ରମୁଖ ସ୍କାଉଟ ମାଷ୍ଟର ଏଵଂ ଗାଇଡ କ୍ୟାପଟେନ ଉର୍ମିଳା ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା