ପୋଲସରା (ପିପିଟି) : ରାଷ୍ଟ୍ରୀୟ ଗାନ “ବନ୍ଦେ ମାତରମ୍” କବିତାର ୧୫୦ ତମ ପୂର୍ତ୍ତି ଅବସରରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ମରଣ ଯୋଗ୍ୟଯେ,ଏହି ଦେଶାତ୍ମବୋଧ ପ୍ରେରଣାଦାୟୀ କବିତାର ରଚୟିତା ବଙ୍ଗଳାର ପ୍ରସିଦ୍ଧ ଲେଖକ ତଥା କବି ବ°କିମ୍ ଚନ୍ଦ୍ର ଚର୍ଚ୍ଚୋପାଧ୍ୟାୟ ଅଟନ୍ତି। ତାଙ୍କର ସ୍ମରଣେ ଚଳିତ ବର୍ଷ ପ୍ରଥମ କରି ଭାରତ ସରକାରଙ୍କ ତରଫରୁ ସମଗ୍ର ଦେଶରେ ଏହି ସଂଗୀତଟିକୁ ଗାନ କରାଯିବାକୁ ନିଷ୍ପତ୍ତି ଏବଂ ନିଦ୍ଧେର୍ଶ ପ୍ରକାରେ ପୋଲସରା ଏନଏସି କାର୍ଯ୍ୟାଳୟ ସଭାଗୃହଠାରେ ନଗରପାଳ ସଂଗୀତା ବେହେରାଙ୍କ ଉପସ୍ଥିତିରେ ଏଵଂ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏହି କାର୍ଯକ୍ରମ କରାଯାଇଥିଲା। କାର୍ଯ୍ୟାଳୟ ଷ୍ଟାଫ୍ ଭଗବାନ ପ୍ରଧାନଙ୍କ ପରିଚାଳନାରେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସାମୁହିକ ଭାବେ ପୂର୍ବାହ୍ନ ସମୟରେ ଏହି “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ବାର୍ତ୍ତାକୁ ସିଧାସଳଖ ପ୍ରସାରଣ ମାଧ୍ୟମରେ ଶୁଣାଯାଇଥିଲା। ଏଥିରେ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ସମସ୍ତ କାଉଁନସିଲର, କାର୍ଯ୍ୟାଳୟର ଷ୍ଟାଫ୍ ଓ କର୍ମଚାରି, ସ୍ବଚ୍ଛ କର୍ମଚାରି,ଏସଏଚଜି ମହିଳା,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ବେଚ୍ଛାସେବୀ,ସମାଜସେବୀ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା