ପୋଲସରା ଏନଏସିରେ ଦୁର୍ନିତି ନିବାରଣ ସଚେତନତା ଏଵଂ ଶପଥପାଠ।

ପୋଲସରା ,୦୨/୧୧(ପିପିଟି) :ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ନିତିର ମୂଳ ଉପ୍ତାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ଜନ ସଚେତନତା ପାଇଁ ଦୁର୍ନିତି ନିବାରଣ ସପ୍ତାହ ଦେଶବ୍ୟାପୀ ପାଳନ ହେଉଥିବା ବେଳେ ଗଂଜାମ ଜିଲ୍ଲା ପୋଲସରା ଏନଏସି ପକ୍ଷରୁ ଦୁର୍ନିତି ନିବାରଣ ସଚେତନତା ବାର୍ତ୍ତାବହ ଶପଥପାଠ କାର୍ଯ୍ୟକ୍ରମ ପାଳନ କରାଯାଇଛି।
କାର୍ଯ୍ୟାଳୟ ସଭାଗୃହଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବର୍ଷର ସ୍ଳୋଗାନ “ଦୁର୍ନିତି ନିବାରଣ ଆମ ସାମୁହିକ ଦାୟିତ୍ୱ” ବିଷୟକୁ ନେଇ ଏକ ଶପଥପାଠ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ସଭାଗୃହରେ କରାଯାଇଥିଲା। ଏହି ଅବସରରେ ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ଷ୍ଟାଫ୍ ଓ କର୍ମଚାରିମାନେ ଜନସାଧାରଣଙ୍କୁ ଉଚିତ୍ ସେବା ଯୋଗାଇ ଦେବା ସମୟରେ ସାମ୍ବିଧାନିକ ନୀତିକୁ ଆପଣାଇ ଯେ କୌଣସି ଦୁର୍ନିତିକୁ ପରିହାର କରିବାସହ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରି ଉତ୍କୋଚକୁ ନ ଗ୍ରହଣ କରି ନିଜର ସମସ୍ତ ଦାୟିତ୍ଵକୁ ସାଧୁତାର ସହିତ ସମ୍ପାଦନା କରିବାକୁ ପରାମର୍ଶ ଦିଆଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment