ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ବିଦ୍ୟାଳୟରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ପୋଲସରା,୨୧/୦୬(ପିପିଟି) :ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠାନର ଯୁବ ରେଡକ୍ରସ୍ ସଂସ୍ଥା ଆନୁକୁଲ୍ୟରେ ଆଜି ଅର୍ଥାତ୍ ଜୁନ୍ ୨୧ ତାରିଖରେ ପାଳନ କରାଯାଇଛି। ଏହି ଯୋଗଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ପରମଗୁରୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରକୁ ଅନୁଷ୍ଠାନର ଯୁବ ରେଡକ୍ରସ୍ ସଂସ୍ଥାର ସ°ଯୋଜକ ଡ଼ଃ ଆଶିଷ କୁମାର ପ୍ରଧାନ ଓ ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ପରିଚାଳନା କରିଥିଲେ। ଏହି ଶିବିରରେ ଯୋଗ ପ୍ରଶିକ୍ଷକ ଭାବେ ଯୋଗଗୁରୁ ଜଗନ୍ନାଥ ସୁଆର ଯୋଗଦେଇ ଅନୁଷ୍ଠାନର ଶତାଧିକ ଛାତ୍ରୀମାନଙ୍କୁ ଯୋଗର ବିଭିନ୍ନ କଳାକୁ ନେଇ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ଅନୁଷ୍ଠାନର ଅଧ୍ୟାପକ ମନୋଜ କୁମାର ପାଢ଼ୀ, ଶିଶିରକାନ୍ତ ବିଷୋୟୀ,ଅଧ୍ୟାପିକା ଡ଼ଃ ରଞ୍ଜିତା କୁମାରୀ ମିଶ୍ର,ପ୍ରିୟମ୍ୱଦା ଦାଶ, ଶାରଦା କୁମାରୀ ପାତ୍ର, କେ.ଶ୍ରୀଦେବୀ ପାତ୍ର, ମିନାକ୍ଷୀ ସାହୁ ସମେତ ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment