ପୋଲସରାରେ ସଂସଦୀୟ କ୍ଷେତ୍ର କାର୍ଯ୍ୟାଳୟ ଖୋଲିଲା ।

ପୋଲସରା, ୦୯/୧୦(ପିପିଟି) :ଆଜି ଅର୍ଥାତ ନଅ ତାରିଖ ବୁଧବାର ଦିନ ଆସିକା ସଂସଦୀୟ କ୍ଷେତ୍ର କାର୍ଯ୍ୟାଳୟ ଖୋଲିଛି ।ବିଶେଷ କରି ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ଏବଂ ସୁବିଧାକୁ ଦୃଷ୍ଟି ଆଗରେ ରଖି ବିଜେପି ପାର୍ଟି ତରଫରୁ ସହରର ଗୋପବନ୍ଧୁ ହାଇସ୍କୁଲ ଛକ ନିକଟରେ ଖୋଲାଯାଇଛି । ଏହାକୁ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ବିଧିବଦ୍ଧ ଭାବେ ନୀତିନିୟମ ପ୍ରକାରେ ପୂଜାର୍ଚ୍ଚନା କରି ଅନୁଷ୍ଠାନକ ଭାବେ ଶୁଭ ଉଦଘାଟନ କରିଥିବା ବେଳେ ପାଖରେ ହିଂଜିଲିକାଟୁ ବିଧାୟକ ବିଜେପି ପ୍ରାର୍ଥୀ ଶିଶିର କାନ୍ତ ମିଶ୍ରଙ୍କ ସମେତ ଦଲୀୟ କର୍ମକର୍ତ୍ତା ଏବଂ ସମର୍ଥକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟାଳୟ ଖୋଲିଥିବାରୁ ସାଂସଦଙ୍କୁ ସମର୍ଥକ ମାନେ ଧନ୍ୟବାଦ କରିବା ସହିତ ଖୁସିରେ ଜୟଘୋଷ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment