ପୋଲସରାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ।

ପୋଲସରା,୨୨/୦୭(ପିପିଟି) : ପରିବା ଦୋକାନରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ। ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ଅଧୀନ ଗୋପବନ୍ଧୁ ହାଇସ୍କୁଲ ଛକଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ସ୍ଥାନୀୟ ସହରର ଗୁଡ଼ୁ ପ୍ରଧାନ ବୋଲି ଜଣାପଡିଛି।

ସୂଚନା ମୁତାବକ, ଦୁଇରୁ ତିନି ଜଣ ଯୁବକ ମୁଁହରେ ମୁଖା ପିନ୍ଧି ଆସି ପରିବା ଦୋକାନରେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଫଳରେ ରକ୍ତାକ୍ତ ଅବସ୍ଥାରେ ଗୁଡ଼ୁ ଟଳିପଡିଥିଲେ । ଏନେଇ ତାଙ୍କୁ ସ୍ଥାନୀୟ ଲୋକେ ପୋଲସରା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଡ଼ାକ୍ତର ଅତି ଗୁରୁତର ହୋଇଥିବା ଦେଖି ବ୍ରହ୍ମପୁର ବଡ଼ ମେଡ଼ିକାଲରୁ ଭୁବନେଶ୍ବର ସ୍ଥାନାନ୍ତରିତ କରିଥିଲେ, ଆମ୍ବୁଲାନ୍ସରେ ଭୁବନେଶ୍ବର ଯିବା ସମୟରେ ଖୋର୍ଦ୍ଧା ଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ତେବେ କେଉଁ କାରଣ ଯୋଗୁଁ ଏହି ଆକ୍ରମଣ ହୋଇଛି,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment