ପୋଲସରାରେ ପ୍ରବୋଧନ ତାଲିମ ଶିବିର: ଦୁଇଟି ପର୍ଯ୍ୟାୟରେ ୨୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନ।

ପୋଲସରା ‌,୦୧/୦୩(ପିପିଟି); ପୋଲସରା ରାଣୀପଡ଼ା ସ୍ଥିତ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟରେ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ (ପ୍ରବୋଧନ) ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ତତ୍ତ୍ଵାବଧାନରେ ଗତ ୨୩/୦୨/୨୦୨୬ ଠାରୁ ୨୭/୦୨/୨୦୨୬ ତାରିଖ ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ପୋଲସରା ପୌରପରିଷଦ ସହିତ ବ୍ଲକର ୧୧ ଗୋଟି ସାଧନ କେନ୍ଦ୍ର ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ ।
ବିଦ୍ୟାଳୟ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ (ଓଏସିଏଫଏସଇ-୨୦୨୫) କୁ ଆଧାର କରି ୫୫- ଖଣ୍ଡ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧରେ ପୂର୍ବତନ ସାଧନକର୍ମୀ ନିରଞ୍ଜନ ବେହେରା, ସୁରେନ୍ଦ୍ର ସେଠୀ, ଶାନ୍ତନୁ କୁମାର ସ୍ବାଇଁ ଓ ପଞ୍ଚାନନ ସେଠୀ ପ୍ରମୁଖ ଯୋଗଦେଇ ତାଲିମ ଦେଇଥିଲେ । ବିଇଓ କାର୍ଯ୍ୟାଳୟରେ ମିଳିଥିବା ସୂଚନା ପ୍ରକାରେ ଏକମାସ ପୂର୍ବେ ବେଲଗାଁ ଗ୍ରାମ ପଞ୍ଚାୟତ ମଧୁସୂଦନପୁର ସ୍ଥିତ କନକଦୁର୍ଗା ବିଦ୍ୟାପୀଠରେ ପ୍ରଥମ ପର୍ଯ୍ୟାୟରେ ୧୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇସାରିଛନ୍ତି ।
ଏହିଭଳି ଅନୁଷ୍ଠିତ ଦୁଇଟି ପର୍ଯ୍ୟାୟରେ ମୋଟ ୨୩୮ ଜଣ ତାଲିମ ନେଇସାରିଛନ୍ତି । ବାକି ୨୯୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଲିମ ନେବାକୁ ଥିବାବେଳେ ଯେଉଁମାନେ ନେଇସାରିଛନ୍ତି ଏବଂ ଆଗକୁ ବାକି ଯେଉଁମାନେ ତାଲିମ ନେବେ ସେମାନେ ସମସ୍ତେ ନିଜ ନିଜର ଉତ୍ତରଦାୟିତ୍ୱକୁ ପବିତ୍ର ହୃଦୟରେ ସେବା ମନୋଭାବରଖି ନିଜ ନିଜର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ ଦେବେ ବୋଲି ୨ ଗୋଟି ଶିବିରରେ ଯୋଗଦେଇ ବିଇଓ ଶ୍ରୀଯୁକ୍ତ ଖାଡଙ୍ଗା କର୍ତ୍ତବ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ନିକଟରେ ଆଶାବ୍ୟକ୍ତ କରିଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment