ପୋଲସରା ,୨୭/୦୩(ପିପିଟି) : ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ତରଫରୁ ପୋଲସରା ଲୁଣୀଘାଟି ପଡ଼ିଆରେ କେନ୍ଦ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ନବମୀ କୁ ନେଇ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ଡ଼. ପ୍ରବୀଣ ଭାଇ ତୋଗାଡିଆ ପ୍ରଥମ କରି ଗଂଜାମ ଜିଲ୍ଲା ପୋଲସରା ସହରକୁ ଆସିଥିଲେ । ଯେଉଁଠି ହଜାର ହଜାର ସନାତନି ମହିଳା ପୁରୁଷ ମାନେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ଭାଇ ତୋଗାଡିଆଙ୍କ ବିଫୁଳ ମାତ୍ରାରେ ସ୍ବାଗତ ସମ୍ବର୍ଦ୍ଧନା କରି ସନାତନୀ ହିନ୍ଦୁ ହେବାର ଏକତା ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ରାଣୀପଡା ଶ୍ରୀରାମ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମ କିର୍ତ୍ତନ ବାଜା ରୋଷଣୀରେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ କରି ପୋଲସରା ସହର ପରିକ୍ରମା କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ତୋଗାଡିଆ ଏବଂ ତାଙ୍କର ସାଥି କର୍ମକର୍ତ୍ତା ମାନେ । ପବିତ୍ର ରାମ ନବମୀ ଉତ୍ସବକୁ ଅଧିକ ମାତ୍ରାରେ ଉତ୍ସାହିତ କରାବାକୁ ନେଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ବନାଥ ପାତ୍ର ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ କୁମାର ଖଟେଇଙ୍କ ଆହ୍ବାନ କ୍ରମେ ପୋଲସରା ଲୁଣିଘାଟି ପଡ଼ିଆରେ ପ୍ରବୀଣ ଭାଇ ତୋଗାଡିଆଙ୍କ ନେଇ ଏକ ବିଶାଳ ସନାତନୀ ହିନ୍ଧୁଙ୍କ ଜାଗରଣ ସଭା ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଠି ହିନ୍ଧୁଙ୍କ ସୁରକ୍ଷା ଏବଂ ଏକତାକୁ ନେଇ ବିଭିନ୍ନ ସମ୍ବେଦନଶୀଳ ଦିଗକୁ ଉପରେ ଅଭିଭାଷଣ ପ୍ରଦାନ କରିବା ସହ “ବଟୋଗେ ତୋ କଟୋଗେ” କହିବା ସହିତ ହିନ୍ଦୁ ଏକତା ପାଇଁ ହନୁମାନ ଚାଳିଶା ପଢନ୍ତୁ ବୋଲି ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଂସ୍ଥାପକ ପ୍ରବୀଣ ଭାଇ ତୋଗାଡିଆ ପ୍ରକାଶ କରିଥିଲେ। ବିଶ୍ବହିନ୍ଦୁ ପରିଷଦ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତଥା ଆସାମ ଓ ଓଡ଼ିଶା ପ୍ରଭାରୀ ମହାମନ୍ତ୍ରୀ ମନୋଜ ସାହୁ,ଓଡିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ବନାଥ ପାତ୍ର,ଓଡିଶା ପୂର୍ବ ସଭାପତି ଦୀପକ କୁମାର ମହନ୍ତ, ଗଞ୍ଜାମ ଜିଲ୍ଲା ସଭାପତି ପୀତବାସ ସାହୁ, ବଜରଙ୍ଗ ଦଳ ଜିଲ୍ଲା ଅଧ୍ୟକ୍ଷ ସନ୍ତୋଷ ଖଟେଇ, ବଜରଙ୍ଗ ଦଳ ବ୍ରହ୍ମପୁର ମହାନଗର ଅଧ୍ୟକ୍ଷ ସିଲୁ ହୋତା,ମହାମଣ୍ଡଳେଶ୍ବର ସନ୍ଥ ସ୍ବାମୀ ସତ୍ଯନନ୍ଦ ଗିରି, ଅନ୍ତର୍ଜାତୀୟ ପର୍ବତ ଆରୋହୀ ବିଭାରାଣୀ ପାତ୍ର ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମଞ୍ଚାସିନ ହୋଇଥିଲେ। ଅଞ୍ଚଳର ସାମ୍ବାଦିକ, ସଂସ୍କୃତି ଓ କଳା ଓ ଅନ୍ୟାନ୍ୟ ଖେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା