ପୋଲସରାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଋଣ ଓ କ୍ରେଡିଟ୍ କାର୍ଡ୍ ବଣ୍ଟନ।

ପୋଲସରା,୨୫/୦୧ (ପିପିଟି) :ପୋଲସରା ପୌର ପରିଷଦ କାର୍ଯ୍ୟାଳୟ ସଭାଗୃହରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ଋଣ ଓ କ୍ରେଡିଟ୍ କାର୍ଡ୍ ବଣ୍ଟନ ହୋଇଯାଇଛି। ଏଥିରେ ନଗରପାଳ ସଂଗୀତା ବେହେରା, ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ଉପନଗରପାଳ ସନ୍ତୋଷ କୁମାର ବେହେରାଙ୍କ ସମେତ ସି.ଓ. ଅନିତା ଅସୁ°- ମାଳି ସାହୁ, ଡି ଏମ୍ ଏମ୍ ୟୁ ଶ୍ରବଣ କୁମାର, କନିଷ୍ଠ ଯନ୍ତ୍ରୀ ସ୍ୱାଗତିକା ମହାନ୍ତି ଓ ମୁଖ୍ୟ କିରାଣୀ ପ୍ରଦୀପ୍ତ କୁମାର ସାହୁଙ୍କ ସମେତ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମୋଟ ପଞ୍ଜିକୃତ ୨୭୬ ଜଣ ବୁଲାବିକାଳି ବ୍ୟବସାୟୀଙ୍କ ମଧ୍ୟରୁ ୧୯୮ ଜଣ ବ୍ୟାପାରୀମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ଆର୍ଥିକ ଋଣ ଦିଆଯିବାସହିତ ୫୦ ହଜାର ଋଣ ପାଇଥିବା ବ୍ୟକ୍ତିମାନଙ୍କୁ କ୍ରେଡିଟ୍ କାର୍ଡ୍ ଦିଆଯାଇଥିଲା। ଏଥିସହ ଏହି ଅତି ମହତ୍ୱାକାଂକ୍ଷୀ ଯୋଜନା ଯୋଗ୍ୟ ଲୋକଙ୍କ ନିକଟରେ ସଠିକ ଭାବେ ପହଞ୍ଚିପାରିବ ସେଥିପାଇଁ ସାଂସଦ ପ୍ରତିନିଧି ବୁଝାଇଥିଲେ। ସଭା ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ ଭଗବାନ ପ୍ରଧାନ ଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment