ପୋଲସରା,୧୨/୧୨ (ପିପିଟି) : ଆଜି ପୋଲସରାରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀମାନଙ୍କର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସିଡିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ପୋଲସରା ଥାନା ସେକେଣ୍ଡ ଅଫିସର କଳ୍ପନା ପ୍ରଧାନ, ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ବିଭାଗର ଡ଼ା. ସୁଭ୍ରମୟୀ ପାଢୀ ଏବଂ ବିଇଓଙ୍କ ପ୍ରତିନିଧି ଶିକ୍ଷକ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟଅତିଥି ନିଜର ମାର୍ଗଦର୍ଶନ ବକ୍ତବ୍ୟରେ ଉପସ୍ଥିତ ଛାତ୍ର ଓ ଛାତ୍ରୀମାନଙ୍କୁ ଶିକ୍ଷଣିୟ ଉପଦେଶ ଦେବା ସହିତ ନିର୍ଭିକ ଚରିତ୍ରବାନ୍ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଦିଗଦର୍ଶନ ଦେଇଥିଲେ। ଏଥିରେ ପଞ୍ଚମରୁ ଶ୍ରେଣୀର ଯୁକ୍ତ ୩ ବର୍ଷ କଲେଜ ଛାତ୍ରଛାତ୍ରୀମାନେ ଯୋଗଦେବା ସହିତ ସଂଗୀତ, ବକୃତା, ନୃତ୍ୟ,ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତିତ୍ୱ ହାସଲକାରୀ ମୋଟ୍ ୧୮ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାଷିନ ଅତିଥିମାନେ ପ୍ରଶଂସାପତ୍ର ସହିତ ଟ୍ରଫି ପ୍ରଦାନ କରି ସେମାନଙ୍କ ଭବିଷ୍ୟ ଉଜ୍ଜଳ କାମନା କରିଥିଲେ। ସଭାକାର୍ଯ୍ୟକୁ ଅଞ୍ଚଳ ପରିଦର୍ଶିକା ସୁରଭି କୁସୁମ ଦାଶ ଅତି ସୁନ୍ଦରଭାବେ ପରିଚାଳନା କରିଥିବାବେଳେ ଅନ୍ୟ ତିନି ଜଣ ଅଞ୍ଚଳ ପରିଦର୍ଶିକା ମୁକ୍ତା ଦେବୀ,ସବିତା ଶବର,ଜୟନ୍ତୀ ଶିବରଙ୍କ ସମେତ ଅଙ୍ଗନୱାଡି କର୍ମୀ ସଭାନେତ୍ରୀ ଜ୍ୟୋତ୍ସାରାଣୀ ମିଶ୍ର ଓ ରାଜଲକ୍ଷ୍ମୀ ସାବତ ଏବଂ ପୋଷଣ ବ୍ଲକ୍ ସଂଯୋଜକ ଅବିନାଶ ଚୌଧୁରୀ
ପ୍ରମୁଖ ସହଯୋଗ କରିଥିଲେ। ଏହି ସମୟରେ ଅନ୍ୟ ସମସ୍ତ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ଶେଷରେ ସିଡ଼ିପିଓ ମହୋଦୟା ସମସ୍ତଙ୍କୁ ବିଭାଗ ତରଫରୁ ଆନ୍ତରିକ
ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା