ପୋଲସରାରେ ପଞ୍ଚମ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ।

ପୋଲସରା,୨୫/୦୩ (ପିପିଟି) :ପୋଲସରା ବେଲଗାଁ ପଞ୍ଚାୟତ କନକଦୁର୍ଗା ବିଦ୍ୟାପୀଠ ଠାରେ ପଞ୍ଚମ ପର୍ଯ୍ୟାୟ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ ପ୍ରବୋଧନ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ତତ୍ତ୍ଵାବଧାନରେ ଉପସ୍ଥିତିରେ ଆଜି ମାସ ୨୫/୦୩/୨୦୨୬ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକର ମୋଟ୍ ୧୧ ଗୋଟି କ୍ଲଷ୍ଟର ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ ୧୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଲିମ ନେଉଛନ୍ତି।
ବିଦ୍ୟାଳୟ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ (ଓଏସିଏଫଏସଇ-୨୦୨୫) କୁ ଆଧାର କରି ୫୫ ଖଣ୍ଡ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧରେ ଆର.ପି. ନିରଞ୍ଜନ ବେହେରା, ସୁରେନ୍ଦ୍ର ସେଠୀ, ଶାନ୍ତନୁ କୁମାର ସ୍ୱାଇଁଙ୍କ ଓ ପଞ୍ଚାନନ ସେଠୀ ପ୍ରମୁଖ ସାଧନକର୍ମୀ ଯୋଗଦେଇ ପ୍ରଶିକ୍ଷଣ ଦେଉଛନ୍ତି। ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ତାଲିମ ଶିବିରରେ ୩୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇସାରିଥିବା ବିଇଓ କାର୍ଯ୍ୟାଳୟରୁ ଜଣାପଡ଼ିଛି।
ଏହି ଶିବିରଟି ଆସନ୍ତା ୩୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment