ପୋଲସରା,୨୪/୦୪(ପିପିଟି) : ଆଜି ପୋଲସରା ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜ ଦିବସ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ, ସାଂସଦ ପ୍ରତିନିଧି ମହେଶ୍ୱର ପରିଡା, ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି କାମ୍ପ ବାଢ଼େଇ, ରାଜେନ୍ଦ୍ର ପାତ୍ର, ଦୀପକ ପୋଲେଇ ପ୍ରମୁଖ ନେତ୍ରୁବୃନ୍ଦ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ବିଡ଼ିଓ ମହୋଦୟ ନିଜର ବକ୍ତବ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ପ୍ରକାରେ ଗରିବ ଓ ଅସହାୟ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ଉପରୋକ୍ତ ଉପସ୍ଥିତ ଅନ୍ୟ ଅତିଥିମାନେ ନିଜନିଜର ବକ୍ଟବ୍ୟ ରଖିଥିଲେ। ପରେ ୫୩ ଜଣ ନୂତନ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଏହି ବଣ୍ଟନ ପ୍ରକ୍ରିୟା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି | କାର୍ଯ୍ୟକ୍ରମରେ ବ୍ଲକର ଅନ୍ୟ ପଞ୍ଚାୟତ ଗୁଡ଼ିକର ସରପଞ୍ଚଙ୍କ ସମେତ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ,ସି ଆର ପି, ଏଵଂ ଏମବିକେ ସମୂହ ଉପସ୍ଥିତ ଥିଲେ ।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା