ପୋଲସରାରେ ଉତ୍କଳମଣି ଗୋପବନ୍ଧୁଙ୍କ ୧୪୪ତମ ଜନ୍ମ ଦିବସ ପାଳିତ ।

ପୋଲସରା,ତା-୦୯/୧୦(ପିପିଟି); ପୋଲସରା ବ୍ଳକ୍ ଏବଂ ବିଜ୍ଞାପିତ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଂଘ ମାନଙ୍କ ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ଏହି କ୍ରମରେ କଲମ୍ବ ଗ୍ରାମସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନଙ୍କ ତତ୍ୱାବଧାନରେ ଏହି ଜୟନ୍ତୀ ପାଳନ କରାଯାଇଥିଲା। ବିଦ୍ୟାଳୟ ହତା ମଧ୍ୟରେ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରାଯାଇଥିଲା। ତା ସହିତ ସେହି ପ୍ରତିମୂର୍ତ୍ତି ପାଖରେ ଥିବା ମଧୁବାବୁ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ। ଏହି ଅବସରରେ ଗୋପବନ୍ଧୁଙ୍କ କର୍ମମୟ ଆଦର୍ଶ ଏବଂ ସମାଜ ସେବା କାର୍ଯ୍ୟକୁ ନେଇ ଆଲୋଚନାରେ ଶିକ୍ଷାବିତ ମାନେ ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ। ସେହିପରି ନିମିନା ପଞ୍ଚାୟତର ବରଗାଁ , ଲିଙ୍ଗରାଜ ଉଚ୍ଚବିଦ୍ୟାଳୟ ଓ ମା ସିଂହାସିନି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଅନୁରୂପ ଭାବେ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ଓ ହିମାଂଶୁ ଶେଖର ପାଢ଼ୀଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ବେଚ୍ଛାସେବୀଙ୍କ ଉପସ୍ଥିତିରେ ଏହି ଜୟନ୍ତୀ ଧୁମଧାମରେ ପାଳିତ କରାଯାଇଥିଲା। (ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment