ବେଲଗୁଣ୍ଠା,୧୫/୦୩(ପିପିଟି);ବେଲଗୁଣ୍ଠା ଥାନା ଅନ୍ତର୍ଗତ ବୋରିପଦର ଗ୍ରାମରେ ଜଣେ ୭ ବର୍ଷର ବାଳିକା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ,ବୋରିପଦର ଗ୍ରାମର ପଞ୍ଚୁ ଗୌଡଙ୍କ ନାତୁଣୀ ସ୍ୱର୍ଣ୍ଣପ୍ରଭା ଗୌଡ(୭) ସାଙ୍ଗ ମାନଙ୍କ ସହ ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ଗାଧୋଇବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିଲା । ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା ପଠାଇଥିଲେ। ପଞ୍ଚୁ ଗୌଡଙ୍କ ଏତାଲା ପ୍ରକାରେ ବେଲଗୁଣ୍ଠା ଥାନାରେ ୬/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଥିବା ସେକେଣ୍ଡ ଅଫିସର ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )