କୋଦଳା,୦୯/୦୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ବାଦର୍ଖପଲ୍ଲୀରେ ସକାଳୁ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ (୪୩) ପିତା ଜୟ ସ୍ଵାଇଁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଅସାବଧାନତା କାରଣରୁ ତାଙ୍କ ଗୋଡ ଖସି ସେ ପୋଖରୀ ରେ ବୁଡିଯାଇଥିବା ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ,ଏହାକୁ ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲଆନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଶୁଣିବାକୁ ପାଇ ପରିବାର ଲୋକଙ୍କ ସମେତ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଏଥି ସହ ପରିବାର ପକ୍ଷରୁ ଏତଲା କ୍ରମେ ମେଡିକାଲ ରେ କୋଦଳା ପୋଲିସ ପହଁରି ତଦନ୍ତ ଜାରି ରଖିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)