ପୋଖରିରେ ବୁଡି ଯୁବକଙ୍କ ମୃତ୍ୟୁ।

ପୋଲସରା ,୨୦/୦୮(ପିପିଟି): ପୋଲସରା ଥାନା ନିମିନା ଗ୍ରାମର ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛି। ମୃତକ ଜଣକ ହେଲେ ନିମିନା ଗ୍ରାମର ବବୁଲ ବିଷୋୟୀ (୨୦)| ଗ୍ରାମର ଶିବ ମନ୍ଦିର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧାଉଥିବାବେଳେ ପୋଖିରିରେ ନଡ଼ିଆ ଭାସୁଥିବାର ଦେଖିବାକୁ ପାଇଥିଲେ।ନଡ଼ିଆକୁ ଆଣିବାକୁଯାଇ ନଡ଼ିଆ ଧରି ଫେରୁଥିବାବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ହେବା ଯୋଗୁଁ ପାଣି ଭିତରେ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ପରିବାର ଲୋକଙ୍କ ସହଯୋଗରେ ପାଣି ଭିତରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଡ଼ାକ୍ଟରଙ୍କୁ ଦେଖାଇଥିଲେ। ଡ଼ାକ୍ଟର ପରୀକ୍ଷା କରି ବବୁନକୁ ଘୋଷଣା କରିଥିଲେ। ଘଟଣା ଖବର ପାଇ ସ୍ଥାନୀୟ ପୋଲିସ ମେଡ଼ିକାଲକୁ ଯାଇ ତଦନ୍ତ କରିବାସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁରକୁ ପଠାଇ ଦିଆଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment