ପୋକଡା ଗହମ ନ ନେଲେ ଚାଉଳ ମିଳିବ ନାହିଁ,ହିତାଧିକାରି ମାନଙ୍କ ମନରେ ଅସନ୍ତୋଷ ।

ବୋଲଗଡ଼,୨୫/୦୧(ପିପିଟି): ବୋଲୋଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ରେ ଯୋଗାଣ ସହାୟକ ଅମୁଲ୍ୟ ସାହୁ ଫ୍ରେବୁଆରୀ ମାସର ଗହମ ଦେବା ପାଇଁ ହିତାଧିକାରୀ ଙ୍କୁ ଡକାଇଥିଲେ ହିତାଧିକାରୀ ମାନେ ସଂପୂଣ୍ଣ ପକୋଡା ଗହମ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ଖବର ପାଇଁ ଅନନ୍ତାପଲି ଗ୍ରାମ ର ୱାର୍ଡ ସଭ୍ୟ ଶିବ ପ୍ରସାଦ ରଥ ପହଂଚି ଥିଲେ ୱାର୍ଡ ସଭ୍ୟ ଓ ହିତାଧିକାରୀ ମାନେ ମଣିଷ ଖାଇବା ଉପଯୋଗୀ ନୁହେଁ ବୋଲି କହି ଥିଲେ l ଯୋଗାଣ ଅଧିକାରୀ ଉତ୍ତର ରଖିଥିଲେ ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି ଏହି ପୋକଡା ଗହମ ହିତାଧିକାରୀ ନେବାକୁ ବାଧ୍ୟ ନହଲେ ଚାଉଳ ମିଳିବ ନାହିଁ l ଖବର ପାଇ ଶ୍ରମିକ ନେତା ଅକ୍ଷୟ ରାଉତରାୟ ଘଟଣା ସ୍ଥଳ ରେ ପହଂଚି ମଣ୍ଡଳଉନୟନ ଅଧିକରୀ ଯୋଗାଣ ଅଧିକାରୀ ଓ ଯୋଗାଣ ସହାୟକ ଓ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ହିତାଧିକାରୀ ମାନଙ୍କ ଘରେ ଖାଇବା ପାଇଁ ରାସନ ସାମଗ୍ରୀ ନଥିବାରୁ ପଞ୍ଚlୟତ ଫାଟକ ସମ୍ମୁଖରେ ନାରବାଜି କରିବା ସହ ବସି ରହିଥିଲେ ଶ୍ରମିକ ନେତା ହିତାଧିକାରୀ ମାନଙ୍କୁ କହିଥିଲେ ଯେ ଆଗାମୀ ଦୁଇ ଦିନ ମଧ୍ୟ୍ୟରେ ଯଦି ରାସନ ସାମଗ୍ରୀ ନ ଦିଆ ଯାଏ ତାହେଲେ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ ଏହା ଫଳରେ ଆକ୍ରୋଶ କମିଥିଲା ଓ ସମାଜ ସେବୀ ରାକେଶ କୁମାର ନାୟକ ଦାବୀ କରିଛନ୍ତି ବିଭାଗୀୟ ଅଧିକାରୀ ମାନେ ଦୋଷୀ ମାନଙ୍କୁ ଦୁଢ କାଯ୍ୟନୁଷ୍ଠାନ ନିଆଯାଉ। ଏଠି ପ୍ରଶ୍ନ ଉଠୁଛି ହିତାଧିକାରୀ ମାନଙ୍କର ଗହମ ବଳକା କେମିତି ରହିଲା ଯାହା ଏବେ ପୋକଡା ହେବାଯାଏଁ ଗଲା ଯାହାକି ସାଧାରଣ ରେ ପ୍ରଶ୍ନ ଉଁକି ମାରିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment