ଦିଗପହଣ୍ଡି,୧୧/୦୬(ପିପିଟି);ଗଞ୍ଜାମ ଜିଲ୍ଲା ଦିଗପହଁଣ୍ଡି ବିଜ୍ଞାପିତ ଅଞ୍ଚଳର ପୁଞ୍ଜିକୟାଁ ଛକ, ବଜାର ଛକ, ବ୍ରହ୍ମପୁର ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦିଗପହଁଣ୍ଡି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏହା ସହ ପ୍ରତେକ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟ ଚିରି ବାହର କରାଯାଇଥିଲା । ସୁତରାଂ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଉଛି , ଯାହା ଫଳରେ ଜନଜୀବନ ପ୍ରଭାବିତ ହେଉଥିବା ସହ ଲୋକେ ହନ୍ତସନ୍ତ ହେଉଛନ୍ତି । କରୋନାର ସମ୍ବେଦନଶୀଳ ସମୟ ମଧ୍ୟରେ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି । ଏହାର ପ୍ରତିବାଦରେ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କଂଗ୍ରେସ ବିଧାୟକ ପାର୍ଥି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ , ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା , କେ.କୁନା , ଦେବାଶିଷ ମହାନ୍ତି , ଦିବାକର ପ୍ରଧାନ , ଶିବ ଶଙ୍କର ପଟ୍ଟନାୟକ , ମିଟୁ ଗୌଡ଼ , ଅନୀଲ ଦୋରା , ପିତାମ୍ଭର ପାତ୍ର , ଏ. ସନ୍ତୋଷ , ସନାତନ ରେଡ଼ି,ରବି ସେଠି,ସିବାଶିଷ ମହାନ୍ତି , ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )