ବ୍ରହ୍ମପୁର,୨୧/୦୬(ପିପିଟି);ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକୀୟ ଜିନିଷ ପତ୍ରର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ଜୁନ ୧୬ ରୁ ୩୦ ଜୁନ ପର୍ଯ୍ୟନ୍ତ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଓ ପ୍ରଚାର ଅଭିଯାନ ନେବାକୁ ଆହ୍ୱାନ ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ଉକ୍ତ ପ୍ରତିବାଦ ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସର୍ବତ୍ର ସଫଳ କରିବା ନିମନ୍ତେ ଆଜି ସକାଳ ୧୧ ଘଣ୍ଟା ସମୟରେ ବ୍ରହ୍ମପୁର ପାର୍କସାହି ସ୍ଥିତ ସିପିଆଇ ଅଫିସ ଠାରେ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ରେ ଆହ୍ୱାନ ଦିଆଯାଇଛି । ଆସନ୍ତା ଜୁନ ୨୫ତାରିଖ ପୂର୍ବାହ୍ନ ୧୦ଘଣ୍ଟା ସମୟରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଦରବୃଦ୍ଧି ବିରୋଧୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏ ବୈଠକରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିଆଇ(ଏମ )ଜିଲ୍ଲା ସମ୍ପାଦକମଣ୍ଡଳୀ ସଭ୍ୟ ବସନ୍ତ ନନ୍ଦ ଓ ଯୁଧିଷ୍ଠିର ବେହେରା ଏବଂ ଫରୱାର୍ଡ଼ ବ୍ଲକ ର ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।