ପୃଥକ ଦୁର୍ଘଟଣା ; ୨ ଗୁରୁତର ।

ଭଞ୍ଜନଗର,୨୪/୦୮(ପିପିଟି) : ଭଞ୍ଜନଗର – ବେଲଗୁଣ୍ଠା ରାସ୍ତାର ନୂଆଗାଁ ବ୍ରିଜ ନିକଟରେ ବୁଧବାର ଅପରାହ୍ନରେ କାର ଧକ୍କାରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସାଦରା ଗ୍ରାମର ଲକ୍ଷ୍ମଣ ବିଶ୍ୱାଳ (୪୦) ବୋଲି ଜଣାପଡିଛି। କାରଟି ବେଲଗୁଣ୍ଠା ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ବାଇକ ଟି ଭଞ୍ଜନଗର ରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିଲା ଏହି ସମୟରେ ନୂଆଗାଁ ବ୍ରିଜ ନିକଟରେ ହଠାତ କାରଟି ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେବା ଫଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି କଇଣ୍ଡି ମୁଖ୍ୟ ରାସ୍ତାରେ ହଠାତ କାର ଚାଳକ ଜଣଙ୍କ ଗେଟ ଖୋଲିଦେବାରୁ ଏଥିରେ ଧକ୍କା ହୋଇ କଇଣ୍ଡି ଗ୍ରାମର ବାଇକ ଚାଳକ ବିରେନ୍ଦ୍ର ପ୍ରଧାନ ଗୁରୁତର ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment