ଭଞ୍ଜନଗର,୧୦/୦୩(ପିପିଟି): ଗତ ୪ଦିନ ହେଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଆଜି ଭଞ୍ଜନଗର ଥାନା ଇଲାକାରେ ୨ଟି ପୃଥକ ଦୁର୍ଘଟଣାରେ ୩ ଜଣ ଆହାତ ହୋଇଛନ୍ତି। ଜିଲୁଣ୍ଡି ଠାରେ ଆଜି ସକାଳ ସମୟରେ ଏକ ମାଲ ବୋଝେଇ ଟାଟା ଏସିଇ ସହ ବସ୍ ଧକ୍କା ହୋଇଛି । ଏଥିରେ ଟାଟା ଏସିଇରୁ ଥଣ୍ଡା ପାନୀୟ ଓହ୍ଲାଉଥିବା ହେଲପର ଆହାତ ହୋଇଥିବା ଜଣାପଡିଛି। ଆହାତ ଜଣକ ହେଲେ ବାଲିଆପଟା ନିକଟ ଖଇରପୁଟି ଗ୍ରାମର ତ୍ରିନାଥ ଗୌଡଙ୍କ ପୁଅ କାଳୁ ଚରଣ ଗୌଡ(୨୭) ବୋଲି ଜଣାପଡିଛି। ତାଙ୍କୁ ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ଅନ୍ୟ ଏକ ଦୁର୍ଘଟଣା ଘଟିବାରୁ ଭଞ୍ଜନଗର ମେଡିକାଲ୍ ନିକଟରେ ୨ଜଣ ଆହାତ ହୋଇଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ ଗ୍ରାମର ଭୋଳାନାଥ ବେହେରା(୩୮) ଏବଂ ଅନସୁୟା ନାୟକ(୩୫) ଏକ ବାଇକ୍ ରେ ଆସୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରିଛନ୍ତି ।
(ରିପୋର୍ଟ- ଜେକେ ପଟ୍ଟନାୟକ। )