ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା ।

କେଶଦୁରାପାଳ,୧୫/୧୦:ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଣ୍ଡୁଆ ଗ୍ରାମର ସେକ ସଲିମ୍ ଙ୍କ ପୁଅ ସେକ ରେହମଦ୍ ଆଜି ସନ୍ଧ୍ୟାରେ ସାଇଁକୁଳ ବଜାରକୁ ଆସୁଥିବା ବେଳେ,ଗୋଲା ଛକ ନିକଟରେ ପୂର୍ବରୁ ଛକି ରହିଥିବା ସେହି ଗ୍ରାମର ସୁଜିତ୍ ଯେନା ଓରଫମୁନା ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।ଫଳରେ ସେହି ଠାରେ ମୃତ୍ୟୁବରଣ କରିଥିଲେ ରେହମଦ୍। ରାମଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତନାଘନା କରୁଥିବା ବେଳେ ମୁନା ଜେନା ଫେରାର ହୋଇଯାଇଥିବା ଜଣା ପଡ଼ିଛି । ସୂଚନା ଯୋଗ୍ୟ ସେକ ରେହମଦ୍ ଜଣେ ପାଣି ପାଇପ ମିସ୍ତ୍ରୀ ଭାବେ ନିଜର କୁଟୁମ୍ବ ପୋଷୁଥିବା ବେଳେ,ଖୁବ୍ କମ୍ ଦିନ ହେବ ବିବାହ କରିଥିଲେ,ଏବେ ପରିବାର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆଇନ ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ମୁନା ନାମରେ ଆଗରୁ ୭ ଟି ମାମଲା ରହିଥିବା ଜଣାପଡିଛି। ଉଭୟ ସଂପ୍ରଦାୟ ମଧ୍ୟରେ ମାରପିଟ୍ ରେ ସୁଜିତ୍ ଜେନାଙ୍କ ଘର ପୋଡ଼ି ଦେବା ସହ ପରିବାର ର ୩ ଜଣ ବାପା ମାଆ ଓ ସାନ ଭାଇ ସେମାନଙ୍କ ଆକ୍ରମଣରେ ଗୁରୁତର ଅବସ୍ଥାରେ ଡାକ୍ତ ରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ଅଧିକ ପୋଲିସ ମୁତୟନ କରିବା ସହିତ ସୁଜିତ୍ ଜେନାଙ୍କୁ ପୋଲିସ ଗିରଫ କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ବେହେରାଙ୍କ ଠାରୁ ପ୍ରକାଶ ।

Comments (0)
Add Comment