ପୂର୍ବ ଶତ୍ରୁତାରୁ ଗୁଳିମାଡ; ଜଣେ ଗୁରୁତର ।

ଭଞ୍ଜନଗର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଜାଗଡ଼ ପଞ୍ଚାୟତର କୁଟୁଣୀକୁମ୍ପା ଗ୍ରାମରେ ଶିବରାମ ନାୟକ ନାମକ ଜଣେ ବ୍ୟକ୍ତି ଉପରେ ଗୁଳିମାଡ଼ ହୋଇଛି। ପୁର୍ବ ଶତ୍ରୁତା ରୁ ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ନିକଟସ୍ଥ ଜଙ୍ଗଲକୁ କୌଣସି କାମ ରେ ଶିବରାମ ଯାଇଥିବା ବେଳେ ଜଣେ ଯୁବକ ଶିବରାମ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡିଛି। ଏଥିରେ ୫୫ ବର୍ଷୀୟ ଶିବରାମ ନାୟକ ଗୁରୁତର ହୋଇ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ଗ୍ରାମବାସୀ ଓ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ଭର୍ତ୍ତି କରିଥିଲେ।।ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ରେଫର କରିଛନ୍ତି। ଅଭିଯୁକ୍ତ ସମ୍ପର୍କରେ କୋୖଣସି ସୂଚନା ମିଳି ନଥିବା ବେଳେ ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

 

Comments (0)
Add Comment